
ଗୁରୁଦ୍ୱାରା ସିଂହ ସଭା ବରଗଡ ଏବଂ ଶିଖ ସମ୍ପ୍ରଦାୟ ପକ୍ଷରୁ ବୈଶାଖୀ ଦିବସ,ବରଗଡ ଗୁରୁଦ୍ୱାରା ଠାରେ ଅନୁଷ୍ଠିତ ହୋଇଥିଲା। ସେହି ସ୍ଥାନ ରେ ସ୍ଥାନୀୟ ଗ୍ରନ୍ଥି ଜି ବାବା ଇନ୍ଦ୍ରଜିତ ସିଂହ ଜି ଙ୍କ ଦ୍ଵାରା ଗୁରୁବାଣୀ ର ପାଠ କରିବା ସହ ସବୁ ଶିଖ ସମାଜ ପକ୍ଷରୁ ଲୋକ ମାନେ ଯୋଗ ଦେଇଥିଲେ। ଏହିଁ କାଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ BPCL ର ଅଧ୍ୟକ୍ଷ ରାଉତ୍ ଯୋଗଦାନ କରିଥିଲେ। ଏଥିରେ ୧୫୦୦ ଲୋକ ଙ୍କ ପାଇଁ ଖାଇବା ପାଇଁ ଲଙ୍ଗର ବ୍ୟବସ୍ଥା କରା ଯାଇଥିଲା । ଏହି କାର୍ଯକ୍ରମ ରେ କମିଟି ପକ୍ଷରୁ ସଭାପତି ସୁଖୱାନ୍ତ୍ ସିଂହ, ସମ୍ପାଦକ ଜସବୀର ସିଂହ ସୈନି, କୋଷାଧ୍ୟଷ ଅମରଜିତ୍ ସିଂହ , ପ୍ରିତମ ସିଂହ, ହରଦିପ ସିଂହ, ଇନ୍ଦ୍ରଜିତ ସିଂହ, ଓ ଇନ୍ଦ୍ରପାଲ ସିଂହ ସହ ଅନ୍ୟାନ୍ୟ ସଭ୍ୟ ଓ ଭକ୍ତ ମଣ୍ଡଳୀ ଉପସ୍ଥିତ ଥିଲେ।
ବରଗଡ ରୁ ସତ୍ୟଜିତ ଦାସ ଙ୍କ ରିପୋର୍ଟ୍ କୁସୁମ ଟିଭି