
ବରଗଡ ସହର ସ୍ଥିତ ଥିବା ଉତ୍କଳ ଗୌରବ କଳାକାର ସଂଘର ୪୫ ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟ ର ସଭାପତି ଶ୍ରୀ ସମ୍ବିତ ଆଚାର୍ଯ୍ୟ ଯୋଗଦେଇ ସଭାରୈ ଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କଲେ। ଏହି ବାର୍ଷିକ ଉତ୍ସବ ଦିନ ଧରି ଚାଲିବ ଏବଂ ପ୍ରଥମ ଦିନରେ ସମ୍ବଲପୁରୀ ନୃତ୍ୟ ପ୍ରତିଯୋଗିତା ହୋଇ ଥିଲା। ଏଥିରେ କୁନି କୁନି ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏଥିରେ ନୃତ୍ୟ ବିଚାରକ ଭାବରେ ଶ୍ରୀମତୀ ଡକ୍ଟର ତପସ୍ଵିନୀ ଗୁରୁ, ପ୍ରଶାନ୍ତ ପଟ୍ଟନାୟକ, ପ୍ରୟାସ ଦାସ ଉପସ୍ଥିତ ଥିଲେ। ଆଜି ଏହି ସଭା ରେ ଉତ୍କଳ ଗୌରବ କଳାକାର ସଂଘ ପକ୍ଷରୁ ସଭାପତି ଶ୍ରୀ ବିଜୟ ପାଣିଗ୍ରାହୀ, କଞ୍ଚନ ଚକ୍ରବର୍ଟୀ, ଶିଶିର ଆଚାର୍ଯ୍ୟ, ପ୍ରଦୀପ ସାନ୍ଧ, ଜୟନ୍ତ ମହାରଣା, ଜ୍ୟୋତି ଶତପଥୀ ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ଥିଲେ। ଆସନ୍ତା ୧୬ ଓ ୧୭ ରେ ସଂଘ ପକ୍ଷ ରୁ ନାଟକ ପ୍ରତିଯୋଗିତା ହେବ ବୋଲି ସୂଚନା ଦେଇଛନ୍ତି ସଂଘ ପକ୍ଷରୁ।
ବରଗଡ ରୁ ସତ୍ୟଜିତ ଦାସ ଙ୍କ ରିପୋର୍ଟ କୁସୁମ ଟିଭି