ଶୁକରପଡା ମଦ୍ରାସର 6 ଜଣ ପିଲାଙ୍କୁ ଉଦ୍ଧାର କଲା ନିଶ୍ଚିନ୍ତକୋଇଲ ପୋଲିସ

ଶୁକରପଡା ମଦ୍ରାସର 6 ଜଣ ପିଲାଙ୍କୁ ଉଦ୍ଧାର କଲା ନିଶ୍ଚିନ୍ତକୋଇଲ ପୋଲିସ

ନିଶ୍ଚିନ୍ତକୋଇଲି ବ୍ଲକ ଶୁକରପଡା ମଦ୍ରାସା ରୁ 6 ଜଣ ପିଲା ମଦ୍ରାସା ଛାଡି ଅନ୍ୟତ୍ର ପଳେଇ ଯାଉଥିଲା ବେଳେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ସମସ୍ତ ଛାତ୍ର ଙ୍କୁ ଉଦ୍ଧାର କରିଛି l ସୂଚନା ମୁତାବକ କିଛି ଦିନ ହେବ 6 ଜଣ ପିଲାଙ୍କ ବାପା ମାଆ ପିଲାମାନଙ୍କୁ ପାଠ ପଢାଇବା ନିମନ୍ତେ ଶୁକରପଡା ମଦ୍ରାସାରେ ଛାଡି ଯାଇଥିଲେ l କିନ୍ତୁ ଏହି ଜାଗାରେ ପିଲାମାନଙ୍କ ପାଠ ପଢାରେ ମନ ନ ଲାଗିବା ଯୋଗଁ ସମସ୍ତ 6 ଜଣ ପିଲା ମିଳିତ ହୋଇ ଅନ୍ୟତ୍ର ପଳେଇଯିବା ପାଇଁ ପ୍ରୟାସ କରିଥିଲେ l କୌଣସି ସୁତ୍ରରୁ ଖବର ପାଇ ନିଶ୍ଚିନ୍ତକୋଇଲି ବଜାର ନିକଟରୁ 6 ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା l ତେବେ ନିଶ୍ଚିନ୍ତକୋଇଲି ଥାନା ପୋଲିସ 6 ଜଣ ପିଲାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ପ୍ରକୃତ ଘଟଣାର ତଦନ୍ତ ଚଲାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *