
ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଅଗ୍ରସେନ ଭବନ ପରିସର ରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର 51 ତମ ସ୍ୱନକ୍ଷତ୍ର ଦିବସ ପାଳନ ସହିତ 50 ବର୍ଷ ପୂରଣ କରୁଥିବା ରୁ ସୁବର୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ସକାଳ 6 ଘଣ୍ଟା ସମୟ ରୁ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ଉତ୍ପତ୍ତି ସ୍ଥଳ ନେହେନା ଗ୍ରାମରୁ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା । ଏହି ମଶାଲ ଶୋଭାଯାତ୍ରାରେ ନେହେନା ଓ ଖଡ଼ିଆଳ ର 500 ଜଣ ଯୁବକ କ୍ଷତ୍ରିୟ ର ବିଭିନ୍ନ ପରାକ୍ରମ ଦେଖାଇ ମଂଚ ରେ ପ୍ରବେଶ କରିଥିଲେ ଓ ମଶାଲ କୁ ମଣ୍ଡପ ରେ ସ୍ଥାପନ କରାଯାଇଥିଲା । ପରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରତଲମ ଗୁଜରାତ ,ମଧ୍ୟପ୍ରଦେଶ ପ୍ରାନ୍ତୀୟ ପ୍ରତିନିଧି ପାଟିଦାର ସମାଜ ସଦସ୍ୟ କିଷାନ ମୋର୍ଚ୍ଚା ମଧ୍ୟପ୍ରଦେଶ ସଭାପତି ଶଙ୍କର ପାଟିଦାର , ସମ୍ମାନିତ ଅତିଥି ଭାବେ ଉତ୍କକ ବିକାଶ ପରିଷଦ ଉପାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାମଲ ଓ ବରିଷ୍ଠ ସଦସ୍ୟ ରବୀନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଅଵସର ପ୍ରାପ୍ତ ପ୍ରଫେସର , ବ୍ରହ୍ମପୁର ଡକ୍ଟର ବାଇମନୁ ଚର୍ଚି ,ସମ୍ମାନିତ ବକ୍ତା ଭାବରେ ହାଇକୋର୍ଟ ଆଇନଜୀବୀ ବିଭୁଦତ ଚଳାନ, ବରଣ୍ୟ ଅତିଥି ଭାବେ ଖଡ଼ିଆଳ ଯୁବରାଜ ଦେବ ଦେବ ସିଂ ଦେଓ, ସର୍ବ ଭାରତୀୟ କୃମି କ୍ଷତ୍ରିୟ ରାଷ୍ଟ୍ରୀୟ କର୍ମକର୍ତା ବଂଶୀଧର ନାଏକ ଯୋଗଦାନ କରିଥିଲେ । ସମ୍ପାଦକ ଦିଲ୍ଲୀପ କୁମାର ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ଡ଼.ଶୁଶାନ୍ତ କୁମାର ବିଶି ଓ ଅଧ୍ୟାପକ ରୁଦ୍ରମାଧବ ବାରିକ ,ସହକାରୀ ଫିସିରି ଅଫିସର ଭବାନୀ ଶଙ୍କର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ 12 ଜଣ ଙ୍କୁ ମରଣ ତୋର ସମ୍ନାନ ପ୍ରଦାନ କରାଯାଇଥିବା ବେଳେ ସମାଜ ର ବଡ଼ ସମ୍ମାନ ସମାଜସେବୀ ଭାବରେ କେତନ ସିଂ ବାରିକ, ମହେଶ୍ବର ପ୍ରସାଦ ବାରିକ, ଲବଣେଶ୍ବର ବାରିକ, ଵିଦ୍ୟାଧର ବିଶି, ଅଶ୍ୱନୀ ପ୍ରଧାନୀ, ବିଜୟ ସିଂ ମହାରଥା ଙ୍କୁ ପ୍ରଦାନ କରାଯାଇଥିଲା । ସମାଜର ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ପରମେଶ୍ୱର ବାରିକ, ଶିକ୍ଷା କ୍ଷେତ୍ର ପାଇଁ ପୂର୍ବତନ ମୁଖ୍ୟ ସମ୍ପାଦକ ଶୁଶୀଳ କୁମାର ଚଳାନ, ଉପ କୁଳପତି ସୁରେନ୍ଦ୍ର ପ୍ରଧାନୀ ,କଲା କ୍ଷେତ୍ର ପାଇଁ ସହ କୋଷାଧ୍ୟକ୍ଷ ରାଜକପୁର ବାରିକ, ସହ ସମ୍ପାଦକ ସୁନୀଲ କୁମାର ମାଝୀ, ବିଭୁତି ଭୂଷଣ ବିଶି, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ,କୋଷାଧ୍ୟକ୍ଷ ଶ୍ରୀବତ୍ସ ବାରିକ, ଜଗଦୀଶ ବାରିକ , ଶିଶୁ କଳାକାର ପାଇଁ ଦିବ୍ୟାନ୍ସ ଶେଖର ପଣ୍ଡା , ପ୍ରଶାସନିକ କ୍ଷେତ୍ର ରେ ବ୍ଳକ କୃଷି ଅଧିକାରୀ ଦୀପ୍ତିମୟୀ ବାରିକ ସମେତ 90 ଜଣ ଙ୍କୁ ସ୍ବର୍ଗତ ଭଗବାନ ପଣ୍ଡା ସ୍ମୁତି ଉଦେଶ୍ୟ ରେ ସମର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବରିଷ୍ଠ ପରାମର୍ଶ ଦାତା ଭାବେ ଜିତେନ୍ଦ୍ର ସିଂ ବାରିକ, ଜ୍ଞାନ ପ୍ରକାଶ ସିଂ, ପ୍ରମୋଦ କୁମାର ଦଣ୍ଡସେନା, ଶୈଳେନ୍ଦ୍ର ବାରିକ, ଦେବ ସିଂ ନାଏକ, ଭୁରିଶ୍ରବା ବିଶି, ହରି ସିଂ ବାରିକ, ଖରତ ଚନ୍ଦ୍ର ବାରିକ, ବିଶ୍ବମ୍ବର ପ୍ରଧାନ, ରମଣ ସିଂ ବାରିକ, ଶ୍ରୀହରି ପଣ୍ଡା ସାମିଲ ଥିଲେ ।କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ବରଗଡ଼, ଛତିଶଗଡ଼, କଟକ , ଭୁବନେଶ୍ବର ବ୍ରହ୍ମପୁର ରୁ 100 ରୁ ଅଧିକ ଅତିଥି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ 30 ଗୋଟି ଅଞ୍ଚଳରୁ 5000 ହଜାର ରୁ ଉର୍ଦ୍ଧ୍ବ କର୍ମକର୍ତା ଉପସ୍ଥିତ ଥିଲେ । ପରେ ସଂଗଠକ ପରମେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।