
ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଥମୁନାହିଁ । କିଛି ଦିନର ବ୍ୟବଧାନ ପରେ ପୁଣି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଧିନରେ ଲଗାତାର ଭାବେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ଲୋକେ ଭୟଭୀତ ।
ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ରେଞ୍ଜ ଅନ୍ତର୍ଗତ ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀ ଗାଁକୁ ପଶି ଆସିଥିଲେ । ଗାଁରେ ପଶି ଲୋକଙ୍କ ଘର ଦ୍ୱାର ଓ ଆସବାପତ୍ର ଭାଙ୍ଗି କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି । ଏମିତିକି ଗାଁରେ ଲୋକଙ୍କ ଘର ଝରକା ଭାଙ୍ଗି ମଧ୍ୟ ହାତୀ ମାନେ ଶୁଣ୍ଢରେ ଘରର ଜିନିଷ ପତ୍ର ଭାଙ୍ଗି ବାହାରେ ଫୋପାଡ଼ି ଦେଇଛନ୍ତି । ତେଣୁ ଗାଁ ଲୋକେ ଭୟରେ ରାତ୍ରୀଯାପନ କରିଛନ୍ତି । ତେଵେ ସମ୍ବଲପୁର ବନବିଭାଗର ସଦର ରେଞ୍ଜ ଅଧିନ ରେ ଆସୁଥିବା ଏହି ସବୁ ଗ୍ରାମ ଗୁଡିକରେ ହାତୀପଲ ବାରମ୍ବାର ଆସି ଲୋକଙ୍କ କ୍ଷୟକ୍ଷତି କରୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ପାଇଁ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅସନ୍ତୋଷ ହୋଇଛନ୍ତି ।

