
ରବିବାର ଦିନ ବେଙ୍ଗାଲୁରୁ ଡାକ୍ତରଖାନାରୁ ଡିସଚାର୍ଜ ହେବେ ତାମିଲନାଡୁର ସ୍ୱର୍ଗତ ସିଏମ ଜୟଲଳିତାଙ୍କ ସବୁଠାରୁ ବିଶ୍ୱସ୍ତ ସହାୟକ ତଥା ବହିଷ୍କୃତ AIADMK ନେତା ଶଶିକଳା । ଶଶିକଳା ବେଙ୍ଗାଲୁରୁର ଏକ ଘରେ ଏକ ସପ୍ତାହ ରହିବେ ଯାହା ପରେ ସେ ଚେନ୍ନାଇ ଯିବେ। ବେଙ୍ଗାଲୁରୁର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏକ ହେଲ୍ଥ ବୁଲେଟିନରେ କହିଛି ଯେ ଶଶିକଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।