
ଭଦ୍ରକ ଜିଲ୍ଲା, ବନ୍ତ ବ୍ଲକ, ରାମପୁର ପଞ୍ଚାୟତ, ଅଧିନସ୍ତ ଅଳାଉତି, ଜାମଝାଡ଼ି ଗ୍ରାମରେ ଅବସ୍ଥିତ ପୋଷ୍ଟ ଅଫିସରେ ଠକାଇ ନେଇ, ଦୁଇଜଣ ପୋଷ୍ଟାଲ କର୍ମ ଚାରି ଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଅଟକ ରଖିଲେ, ଜମାକାରୀ। ସକାଳ ପ୍ରାୟ ଏଗାର ଘଟିକା ସମୟରେ ଡାକ ପୋଷ୍ଟ ମାଷ୍ଟର ବିଶ୍ୱରଞ୍ଜନ ମହାପାତ୍ର, ଏବଂ ପୋଷ୍ଟାଲ ପଶ୍ଚିମାଞ୍ଚଳ ଡାକ ବିଭାଗ ଅଧିକାରୀ, ଓଭରସିୟର ରାଜୀବ ଲୋଚନ ସାହୁ ଙ୍କୁ ଅଟକ ରଖିଥିଲେ, ପୋଷ୍ଟାଲ ଟଙ୍କା ଜମା କାରୀ!ଏହି ପୋଷ୍ଟ ଅଫିସରେ ପୂର୍ବତନ ପୋଷ୍ଟ ମାଷ୍ଟର ଜାମୁ ଝାଡ଼ି ଗ୍ରାମର ଗୋବିନ୍ଦ ଚନ୍ଦ୍ର ଶତପଥି ପୋଷ୍ଟାଲ ଜମା କାରିଙ୍କ ପାଖରୁ ଟଙ୍କା ନେଇ ଖାତା ରେ ପୋଷ୍ଟାଲ ଷ୍ଟାମ୍ପ ଏବଂ ହାତ ଲେଖା ସଂଖ୍ୟା ପକାଇ ଆକାଉଣ୍ଟ ରେ ଡିପୋଜିଟ ନ କରି ହଡ଼ପ କରିଥିବା ନେଇ ଥାନାରେ ଏବଂ ବରପଦା ଉପ ଡାକ ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି।ପୋଷ୍ଟାଲ ଖାତା ଧାରୀ ନିରଞ୍ଜନ ଭୂୟାଁ,
ଜଣେ ଖାତାଧିକାରୀ ନିଜର ଜମା ରଖିଥିବା ଟଙ୍କା ର ସମୟ ସୀମା ସରି ମେଚୁରିଟି ହେଇଥିବା ଟଙ୍କା କୁ ଆଣିବାକୁ ବରପଦା ଉପ ଡାକଘର ଯାଇଥିବା ବେଳେ ଅନେକ ବର୍ଷ ଧରି ଆକାଉଣ୍ଟ ରେ କୌଣସି ଟଙ୍କା ଡିପୋଜିଟ ହେଇ ନାହିଁ ବୋଲି ଜାଣିବାକୁ ପାଇଥିଲେ।ଉକ୍ତ ବ୍ୟକ୍ତିଙ୍କ ଟଙ୍କା ଖାତାରେ ନଥିବା ନେଇ ବର୍ତ୍ତମାନ କାର୍ଯ୍ୟରତ ପୋଷ୍ଟ ମାଷ୍ଟରଙ୍କୁ ଜଣାଇଥିଲେ। ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ବାଧ୍ୟ ହୋଇ କେନ୍ଦୁଆପଦା ଫାଣ୍ଡି ରେ ଲିଖିତ ଅଭିଯୋଗ କରିବା ସହିତ ଦୁଇଜଣ ପୋଷ୍ଟାଲ ଅଧିକାରୀ ଙ୍କୁ ନ୍ୟାୟ ଦାବୀ କରି ଅଟକ ରଖିଥିଲେ!ଏ ସମ୍ବଦ୍ଧରେ ଦୁଇଜଣ ପୋଷ୍ଟାଲ ଅଧିକାରୀ ଗଣମାଧ୍ୟମ ଙ୍କୁ କୌଣସି ମତାମତ ଦେଇ ନ ଥିବା ବେଳେ ଏହି ଘଟଣା ବିଷୟରେ ବର୍ତମାନ ର ପୋଷ୍ଟ ମାଷ୍ଟର ଠୁ ଅବଗତ ପରେ,ଘଟଣା ସ୍ଥଳରେ ପହଂଚି ଥିଲେ, ପଶ୍ଚିମାଞ୍ଚଳ ପୋଷ୍ଟ ଇନିସ୍ପେକଟର ବିକାଶ ପରିଡ଼ା ହିତାଧିକାରୀ ଙ୍କୁ ବୁଝାଇବା ସହିତ ଏବଂ ଆଗାମୀ ଦିନରେ ହଡ଼ପ କରିଥିବା ପୋଷ୍ଟ ମାଷ୍ଟର ବିରୋଧ ଆଇନ ଅନୁଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ ! ବାକି ଦେଖିବାକୁ ରହିଲା ଜମାକାରୀଙ୍କ ଟଙ୍କା କେବେ ଫେରିପାଉଛନ୍ତି।