
କେନ୍ଦ୍ରାପଡା ବାସୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 1985-86 ମସିହାରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସେହି ସମୟର ଶିକ୍ଷକ ଶ୍ରୀଯୁକ୍ତ ମହେଶ୍ବର ନାୟକ ଏବଂ ବଟକୃଷ୍ଣ ପାତ୍ରଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେହିପରି ସମ୍ମାନୀୟ ଅତିଥିଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବଦତ୍ତ ଶତପଥୀ, ଦେବୁସାର, ପଦ୍ମଲୋଚନ ପୃଷ୍ଟି ମହୋଦୟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତି ଆସନ ଅଳଙ୍କୃତ କରିଥିବା ବେଳେ ଶ୍ରୀଯୁକ୍ତ ଅନନ୍ତ କିଶୋର ସାହୁ ମଞ୍ଚ ପରିଚାଳନା କରିଥିଲେ। ସଭା ଆରମ୍ଭ ପୂର୍ବରୁ ପ୍ରଥମେ ଗୁରୁ ପୂଜା କାର୍ଯ୍ୟକ୍ରମ ହୋଇଥିଲା ପରେ ଦିବଂଗତ ଶିକ୍ଷକଙ୍କ ଉଦେଶ୍ୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଏଥିରେ ସଭାପତି ସମେତ ମୂଖ୍ୟ ଅତିଥି, ସମ୍ମାନୀୟ ଅତିଥି, ଏବଂ ପୁରାତନ ଛାତ୍ର ଛାତ୍ରୀ ମାନେ ନିଜର ଅଭିଭାଷଣ ରଖିଥିଲେ। ବହୁ ବର୍ଷ ପରେ ସମସ୍ତେ ଏକତ୍ରିତ ହୋଇଥିବାରୁ ସମସ୍ତେ ଖୁବ୍ ଖୁସି ଥିବାର ଦେଖିବାକୁ ମିଳିଥିଲା। ରାଜ କିଶୋର ମିଶ୍ର ସଭା ପରିଚାଳନା କରିଥିବା ବେଳେ ଶେଷରେ ଶିଶିର କୁମାର ସାହୁ ଉଦଯାପନୀ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।