
ନୂଆପଡା ଜିଲ୍ଲା ର ଖଡିଆଳ ଓ ବୋଡ଼େନ ଅଞ୍ଚଳ ରେ ନକଲି ସୁନା କୁ ନେଇ ଲୋକ ଙ୍କୁ ଠକି ବିକ୍ରୀ କରୁଥିବା ଦୁଇ ଠକ୍ ଙ୍କୁ ଖଡିଆଳ ବସଷ୍ଟାଣ୍ଡ ଠାରେ ଲୋକେ ଧରି ଖଡିଆଳ ପୋଲିସ କୁ ଜୀମା ଦେଇଛନ୍ତି। ଏହି ଦୁଇ ଠକ ନକଲି ମାଳି ଧରି ଲୋକ ଙ୍କ ନିକଟକୁ କୁ ଯାଇ ଠିକା ସଂସ୍ଥା ର ଜେଶିବି ଗାଡ଼ି ଚାଲକ ର ପରିଚୟ ଦେଉଥିଲେ। କାର୍ଯ୍ୟ କରୁଥିବା ବେଳେ ମାଟି ତଳୁ ସୁନା ମାଳି ପାଇଥିବା କହି ଲୋକ ଙ୍କୁ ପ୍ରଲୋଭନ ଦେଖାଇ ଆସୁଥିଲେ। ସେମାନେ କିଛି ଭଲ ସୁନା କୁ ଲୋକଙ୍କ ସମ୍ମୁଖ ରେ ପରୀକ୍ଷା କରି ନକଲି ସୁନା ଦେଇ ଟଙ୍କା ନେଇ ଫେରାର ହେଉ ଥିଲେ। ଚିଣ୍ଡାଗୁଡା ଗ୍ରାମ ର ପର୍ଶୁରାମ ନାମକ ବ୍ୟକ୍ତି ଏହି ହାର କୁ କିଣି ପରୀକ୍ଷା କରିବାକୁ ନେଇ ଠକେଇ ର ଶିକାର ହୋଇଥିବା ଜାଣି ଖଡିଆଳ ଥାନା ରେ ଅଭିଯୋଗ କରିଛନ୍ତି। ଅଞ୍ଚଳ ରେ ବହୁ ଲୋକ ଙ୍କୁ ଠକିଥିବା ଏହି ଦୁଇ ଠକ ଙ୍କୁ ଲୋକେ ଧରି ପୋଲିସ ର ଜିମା ଦେଇଛନ୍ତି। ଦୁଇ ଠକ ହେଲେ ଦୁର୍ଗ ଛତିଶଗଡ଼ ଅଞ୍ଚଳର ମୋହନ ରୋଥୋଡ଼ (୪୪) ଅନ୍ୟ ପବନ ରୋଥୋଡ଼ (୩୩) ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖଡିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।