ସୋନପୁର ମହାନଦୀ ଯୋଗ ବିହାର ପ୍ରାଙ୍ଗଣରେ ଏକ ଦିବସୀୟ ବିଶ୍ଵ ଯୋଗ ଦିବସ ପାଳନ

ସୋନପୁର ମହାନଦୀ ଯୋଗ ବିହାର ପ୍ରାଙ୍ଗଣରେ ଏକ ଦିବସୀୟ ବିଶ୍ଵ ଯୋଗ ଦିବସ ପାଳନ

ସୋନପୁର ମହାନଦୀ ଯୋଗ ବିହାର ପ୍ରାଙ୍ଗଣରେ ଏକ ଦିବସୀୟ ବିଶ୍ଵ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରଶିକ୍ଷଣ ଶିବିର ଓ ପ୍ରସ୍ତୁତି ବୈଠକ ହୋଇ ଯାଇଛି। ଏଥିରେ ଯୋଗ ମୋହତ୍ସବ ସମିତି, ଜିଲ୍ଲା ଯୋଗ ସମିତି, ଜାତୀୟ ସ୍ୱାସ୍ଥ୍ୟ ମିଶନ ର କର୍ମକର୍ତ୍ତା ଯୋଗଦାନ କରିଥିଲେ। ଶିବିରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଡାକ୍ତର ଦୁର୍ଗାଦତ୍ତ ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଁ ତିରୁପତି ପାତ୍ର, ବରିଷ୍ଠ ଆଇନଜୀବି ପ୍ରଦୀପ ପୁରୋହିତ, ଯୋଗାଳୟ ସଭାପତି ହରିହର ଶତପଥୀ, ଉଦ୍ୟୋକ୍ତା ଆର୍ତ୍ତତ୍ରାଣ ବାବୁ ଓ ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ ଯୋଗ ର ଉପକାରିତା ବିଷୟରେ ନିଜ ନିଜ ମତ ରଖିଥିଲେ। ପତାଞ୍ଜଳି ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ମୋନାଜ୍ ପଣ୍ଡା ଏହି ବିଶ୍ଵ ଯୋଗ ପ୍ରସ୍ତୁତି ଶିବିରକୁ ସଂଯୋଜନା କରିଥିଲେ। ଏହି ଶିବିରରେ ବାଲେଶ୍ଵର ବାହାନାଗା ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦ୍ ଗତି ପାଇଁ ଏକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *