ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କଲI ପୁଲିସ

ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କଲI ପୁଲିସ

ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ ୯୨ ହଜାର ଟଙ୍କା ଓ ୧୨ଟି ଏଟିଏମ କାର୍ଡ ଜବତ ହୋଇଥିବା ଜଣାପଡିଛି । ଏଟିଏମ ଲୁଟର ମାଷ୍ଟରମାଇଣ୍ଡର ହେଉଛି ହରିହର ରେଡି । ଏମାନେ ଆନ୍ଧ୍ର ଓ ଓଡିଶାର ଗଞ୍ଜାମ, ଗଜପତି, ପୁରୀ ସମେତ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ରାତାରାତି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଜଣାପଡିଛି । ରମ୍ଭା ଅଞ୍ଚଳରେ ତିନୋଟି ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ଥିବାବେଳେ ବେଲଗୁଣ୍ଠାରେ ମଧ୍ୟ ଗୋଟିଏ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *