
୧-୧୯ ନୁହେଁ ୨୧ ତାରିଖରେ ଖୋଲିବ ସ୍କୁଲ । ଖରା ଛୁଟି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର ।
୨-ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ-ଆଧାର ଲିଙ୍କ୍ ସମୟ ସୀମା।
୩-ଯାଜପୁର : ରଜ କୁଇନ୍ ମୁକୁଟ ପିନ୍ଧିଲେ ସୂଚୀସ୍ମିତା ରାୟ।
୪-ଜୟପୁର: ବାରିଣୀପୁଟ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ବାଇକ ଉପରେ ଓଲଟିଲା ଟ୍ରକ, ୨ ମୃତ।
୫-ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ, ପାଞ୍ଚଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
୬-ଆସନ୍ତା ୪ ଦିନ ଯାଏ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ନାହିଁ, ଭୁବନେଶ୍ୱରରେ ୪୪.୪ ଡିଗ୍ରୀ ସେଲସିୟସ୍।
୭-ଭୁବନେଶ୍ୱର:୧୫୫୦ ସରକାରୀ MBBS ଆସନ ;୨୮,୩୩୦ ଆଶାୟୀ।
୮-+୨ ନାମଲେଖା:୪ ଲକ୍ଷ ଟପିଲାଣି ଆବେଦନ,୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
୯-ବାହାନଗା ଟ୍ରେନ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ଗୁରୁତର, ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୨୯୦ରେ।
୧୦-ରଥଯାତ୍ରା ପାଇଁ ପୁଲିସ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମେତ ପୁରୀ ଏସ୍ପି।
୧୧-ଗାଡ଼ି ଚୋର ରାକେଟ୍କୁ ଧରିଲା ମଙ୍ଗଳାବାଗ୍ ପୋଲିସ, ୬ଟି ବାଇକ୍ ସହ ୨୦ ହଜାର ଟଙ୍କା ଜବତ।
୧୨-ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ।
୧୩-କନ୍ଧମାଳରେ ୫-ଟି ସଚିବ: ରୁପାନ୍ତରିତ ହେବ ମା ବରାଳଦେବୀ ମନ୍ଦିର, ନୂଆ ବର୍ଷରୁ ନୂତନ ପ୍ଲାଟଫର୍ମରେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ।
୧୪-ପୂର୍ବତନ ଯୋଗାଣ ଅଧିକାରୀଙ୍କ ସମ୍ପତି ଦେଖି ତାଜୁବ ହେଲା ଭିଜିଲାନ୍ସ । ବାସ୍ତୁ ପାଇଁ ରୂପାହାତୀ ରଖିଛନ୍ତି ବ୍ରଜେନ୍ଦ୍ର ନାୟକ । ଭୁବନେଶ୍ୱରରେ ୭ଟି ଘର, ଗ୍ୟାରେଜ ଛକରେ ୨ କୋଟିର ବିରାଟ କୋଠା
୧୫-ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା; ରାସ୍ତାରେ ମନଇଚ୍ଛା ପାର୍କିଂ ପାଇଁ ଘଟୁଛି ଦୁର୍ଘଟଣା, ଅକାଳରେ ଯାଉଛି ଜୀବନ।
୧୬-ନୁଆ ଦିଲ୍ଲୀ:ମୁଖାର୍ଜୀ ନଗର ଅଗ୍ନିକାଣ୍ଡ ମାମଲା: ଦୁଇ କୋଚିଂ ସେଣ୍ଟରର ପରିଚାଳକ ଗିରଫ, ୧୬ ଜଣଙ୍କ ବୟାନ ରେକର୍ଡ।
୧୭-ଗୁଜରାଟରେ ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’ । ଭାଙ୍ଗିଲା ବିଶାଳ ଗଛ, ବିଦ୍ୟୁତ ଖୁଂଟ, ଅଧିକାଂଶ ରାସ୍ତା ଅବରୋଧ।
୧୮-ବଦଳିଲା ଦିିଲ୍ଲୀ ନେହେରୁ ମ୍ୟୁଜିୟମ ଓ ଲାଇବ୍ରେରୀ ନାଁ । ଏଣିକି ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟି ନାଁ ଭାବେ ଜଣାଯିବ ନେହେୁରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ।
୧୯-କୁପୱାଡା ଏନକାଉଣ୍ଟର : ୫ ଆତଙ୍କବାଦୀ ନିହତ,ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ।
୨୦-ସଶକ୍ତ ହେଉଛି ଭାରତ,ମଜୁବୁତ ହେଉଛି ଦେଶର ପ୍ରତିରକ୍ଷା କ୍ଷେତ୍ର । ଆମେରିକାଠୁ ଅତ୍ୟାଧୁନିକ ପିଡ୍ରେଟର ଡ୍ରୋନ କିଣିବା ଭାରତ।