ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ରେ ସିମିଳିଗୁଡାରେ ଆଇ.ଏ.ଏସ କୋଚିଂ କେନ୍ଦ୍ର ଉଦଘାଟିତ

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଆଇଏଏସ କୋଚିଙ୍ଗ ଦିଆଯିବା ଲାଗି ଏକ କୋଚିଙ୍ଗ କେନ୍ଦ୍ର ଉଦଘାଟିତ କରାଯାଇଛି। ଉଦଘାଟନରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁ ରାମ ପଡ଼ାଲ , ଯୁବ ଉପ ଜିଲ୍ଲାପାଳ ପ୍ରଥମେଶ ରାଜଶିରକେ,ସୁନାବେଡା ପୌରଦକ୍ଷ ଡ଼ ରାଜେନ୍ଦ୍ର ପାତ୍ର, ଉପାଧ୍ୟକ୍ଷା ରିତୁ କଣ୍ଟା ଯୋଗଦେଇଥିଲେ। କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀମାନେ ୟୁପିଏସସି ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କିପରି କୃତକାର୍ଯ୍ୟ ହାସଲ କରି ଜିଲ୍ଳାର ସୁନାମ ଆଣିପାରିବେ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ କୋଚିଙ୍ଗର ପଦକ୍ଷେପ ଗ୍ରହଣ କରିଥିବା ପଟାଙ୍ଗି ବିଧାୟକ ପୀତମ ପାଢୀ କହିଛନ୍ତି। ଏହି କୋଚିଙ୍ଗ ପ୍ରଥମେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କୋଚିଙ୍ଗର ବ୍ୟବସ୍ଥା କରାଯିବ , ସଂଖ୍ୟ ବଢିଲେ ପରେ ୭୦ ରେ ପରିଣତ କରାଯିବ ବୋଲି ଉପ ଜିଲ୍ଲା ପାଳ ପ୍ରଥମେଶ ରାଜ୍ ଶିରକେ ସୂଚନା ଦେଇଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ କୋଚିଙ୍ଗ ବ୍ୟବସ୍ଥା କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୋରପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ,ପୋୖରାଦକ୍ଷ ଡ଼ ରାଜେନ୍ଦ୍ର ପାତ୍ର ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *