
୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା,
ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ। ଦିନ ୯ଟା୩୦ରେ ହେବ ପହଣ୍ଡି, ଅପରାହ୍ନ ୪ଟାରେ ରଥ ଟଣା।
୨-ପଶ୍ଚିମ ଜଳିଲା, ଉପକୂଳରେ ଆଶ୍ବସ୍ତି,୪୪.୮ଂ ସହ ସୁନ୍ଦରଗଡ ସବୁଠାରୁ ଉତ୍ତପ୍ତ।
୩-୨୧ରୁ ଖୋଲିବ ବିଦ୍ୟାଳୟ, ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ ଜିଲ୍ଲାର ଜିଲ୍ଲାପାଳ ନେବେ ନିଷ୍ପତ୍ତି।
୪-ବଡ଼ଠାକୁରଙ୍କ ପ୍ରେମରେ ଭାବବିହ୍ୱଳ ଭକ୍ତ: ରଥାରୁଢ ଦିଅଁଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ।
୫-ପୁରୀ ଷ୍ଟେସନରେ ୨୦ ହଜାର ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା, ରଥଯାତ୍ରା ପାଇଁ ୮୫୭ ଟ୍ରେନ ବନ୍ଦୋବସ୍ତ: ରେଳ ମନ୍ତ୍ରୀ
୬-ବିଇଓ ଓ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତ ହେଲେ ୧୬୦ ଓଇଏସ୍,ଯୋଗଦେଲେ ୨୬୯ ଅଧିକାରୀ, ସରକାରଙ୍କ ସମସ୍ତ ସଂସ୍ଥା ଏକାଠି କାମ କରନ୍ତୁ: ମୁଖ୍ୟମନ୍ତ୍ରୀ।
୭-ଆଜିଠୁ ବଦଳିବ ପାଗ, ୩ରୁ ୫ ଡିଗ୍ରୀ ଖସିପାରେ ପାରଦ।
୮-ପୁରୀ: ଶ୍ରୀକ୍ଷେତ୍ର ଯାତ୍ରୀଙ୍କ ପାଇଁ ଟ୍ରାଫିକ ନକ୍ସା ଜାରି, ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା,୪୪ ପ୍ଲାଟୁନ ପୁଲିସ ବଳ ନିୟୋଜିତ,୨୪ ସ୍ଥାନରେ ପାର୍କିଂ ବ୍ୟବସ୍ଥା।
୯-ବାହାନଗା ଟ୍ରେନ ଟ୍ରାଜେଡି :ସୋର ସେକ୍ସନର ସିଗ୍ନାଲ ଜେଇଙ୍କ ଭଡ଼ାଘର ସିଲ୍ କଲା ତଦନ୍ତକାରୀ ସଂସ୍ଥା।
୧୦-ନବୀନ ନିବାସରେ ମହିମା ସାଧୁ ସନ୍ଥ, ମହିମା ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ।
୧୧-ପୁରୀ : ବଡ଼ଦାଣ୍ଡରେ ଦୋକାନ ଉଚ୍ଛେଦକୁ କେନ୍ଦ୍ରକରି ସୋମବାର ବିଳମ୍ବିତ ରାତିରେ ବ୍ୟବସାୟୀ ଏବଂ ପୋଲିସ ମୁହାଁମୁହିଁ।
୧୨-ବିବାଦରେ କେନ୍ଦ୍ର ସରକାରଙ୍କ ନିଷ୍ପତି । ଗୀତା ପ୍ରେସ୍’କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ ଘୋଷଣାକୁ କଂଗ୍ରେସର ବିରୋଧ।
୧୩-ଗ୍ରାମୀଣ ଡାକ ସେବକ ଭାବେ ନିଯୁକ୍ତି ପାଇବେ ୪୩୮୪ ପ୍ରାର୍ଥୀ।ଅନ୍ଲାଇନ୍ ଆବେଦନ ୧୬ ଜୁନ୍ ୨୦୨୩ରୁ ଆରମ୍ଭ ହୋଇଯାଇଛି : indiapostgdsonline.gov.in
୧୪-କାଷ୍ଟିଂ କାଉଚ ମାମଲା : ବଢ଼ିଲା ସୌରିନ୍ ଭଟ୍ଟଙ୍କ ଅଡ଼ୁଆ, ସୌରିନ୍ଙ୍କୁ ଖୋଜିବାକୁ କଲିକତା ଯିବ ପୁଲିସ।
୧୫-ଉତ୍ତରଭାରତରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ: କଲବଲ କରୁଛି ମୁଣ୍ଡଫଟା ଖରା ସାଙ୍ଗକୁ ତାତି । ଉତରପ୍ରଦେଶ, ବିହାରରେ ଶତାଧିକ ମୃତ।
୧୬-ଆଭିଏସନ ଉଦ୍ୟୋଗର ସବୁଠୁ ବଡ଼ ଡିଲ୍, ଏକାସଙ୍ଗରେ ୫୦୦ ବିମାନ ଅର୍ଡର ଦେଲା IndiGo।
୧୭-ପ୍ରକୃତିର ବିଚିତ୍ର ରୂପ: ସିକ୍କିମ, ଆସାମରେ ଲଗାଣବର୍ଷା ପରେ ଦେଖାଦେଇଛି ବନ୍ୟା ସମସ୍ୟା।
୧୮-ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ଆମେରିକାରେ ଉତ୍ସାହ, ଓ୍ବାଶିଂଟନରେ ଭାରତୀୟ-ଆମେରିକୀୟ ସମୁଦାୟଙ୍କ ଏକତା ରାଲି
୧୯-‘ର’ ମୁଖ୍ୟ ହେବେ ରବି ସିହ୍ନା, ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍ ଅଧିକାରୀ ହେଉଛନ୍ତି ସିହ୍ନା।
୨୦-ତାମିଲନାଡୁର କୁଡ୍ଡାଲୋର୍ ଜିଲାରେ ୨ଟି ବସ୍ ମୁହାଁମୁହିଁ ହେବା ଫଳରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ।