ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠରେ ମହାଆଡ଼ମ୍ବରରେ ଘୋଷଯାତ୍ରା ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠରେ ମହାଆଡ଼ମ୍ବରରେ ଘୋଷଯାତ୍ରା ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ରେ ଶାନ୍ତି ଶୃଙ୍ଖଳା ସହିତ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି l ସକାଳ ଧୂପ ସରିବାପରେ, ମଧ୍ୟାନ ଧୂପ ଓ ପହଣ୍ଡି ପୂର୍ବରୁ ଦିଅଁମାନଙ୍କର ଶେଷ ଭୋଗ ଭାବେ ପରିଚିତ ଖିରି -ଖେଚୁଡ଼ି ଭୋଗ ଲାଗି କରାଯାଇ ଠାକୁର ମାନଙ୍କର ସେନାପଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ ପୂଜାପଣ୍ଡା ସେବାୟତ ଓ ପହଣ୍ଡିଆ ସେବାୟତ ମାନଙ୍କଦ୍ୱାରା ମହାପ୍ରଭୁ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ଙ୍କ ପହଣ୍ଡି କାର୍ଯ୍ୟ ଯଥା ସମୟ ମଧ୍ୟରେ ଅନୁଷ୍ଠିତ ହୋଇ ରଥ ଉପରେ ସମସ୍ତ ପାରମ୍ପରିକ କାର୍ଯ୍ୟ ସରିବା ପରେ, ଠାକୁର ରାଜା ବନବିହାରୀ ମିଶ୍ର ଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବଳଦେବଜୀଉଙ୍କ ମୁଖ୍ୟ ଟ୍ରଷ୍ଟି ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ବେହେରା, ସହକାରୀ ଟ୍ରଷ୍ଟି ରାଜେନ୍ଦ୍ର ମୋହନ କର, ଅଜୟ କୁମାର ନନ୍ଦ ଓ ଜ୍ୟୋତିରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସରିବାପରେ ରଥ ର ଡାହୁକ ଓ ମୁଖ୍ୟ ମହାରାଣୀ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଗ୍ରହଣ କରିବାପରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମହାପ୍ରଭୁ ଙ୍କ କୃପା ଲାଭ କରିବା ସହ ସମଗ୍ର ସମାଜ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ l

Leave a Reply

Your email address will not be published. Required fields are marked *