
ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି ନୂଆପଡ଼ା ପୋଲିସ ।ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡ଼ା ନିକଟ ଜଙ୍ଗଲରେ ଏସଓଜି, ଡିଭିଏଫ ଓ ସିଆରପିଏଫର ମିଳିତ ଉଦ୍ୟମରେ ଗତ 29 ତାରିଖ ରେ ପୋଲିସର କମ୍ବିଙ୍ଗ ଅପରେସନ ଚାଲିଥିବା ଖବର ପାଇ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ । ମାଓ କ୍ୟାମ୍ପ ଠାବ ସହ ଜୀବନ୍ତ ହାଣ୍ଡ ଗ୍ରେନାଇଟ, ଗୋଟିଏ ରେଡ଼ିଓ, ଗୋଟିଏ ସୋଲ୍ଡିଂ ଆଇରନ,2ଟି ମୋବାଇଲ ଚାର୍ଜର୍,ନିତିଦିନିଆ ଖାଇବା ଓ ବ୍ୟବହାରିକ ସାମଗ୍ରୀ ସହ ଅନ୍ୟାନ୍ୟ 21 ପ୍ରକାର ସାମଗ୍ରୀ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନିରେ ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।ଏହି ସମୟରେ 216 ବାଟାଳିଆୟେନ୍ କମାନଡେଣ୍ଟ ଏରିକ ଗିଲବଟ ଯୋଶ ଓ ଶବ୍ ଇନିଶପେକ୍ଟର ଦେବାଶିଷ ରାଉତ ଉପସ୍ଥିତ ଥିଲେ ।ଏହା ସହ ମାଓ ଦମନର କମ୍ବିଂ ଅପରେସନ ଜାରି ରହିଛି ବୋଲି ଏହି ସମ୍ମିଳନୀରେ ସୂଚନା ଦେଇଛନ୍ତି।