ଖଡ଼ିଆଳରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର, ୨୦୨ ଜଣ ଶ୍ରମିକ ପାଇଲେ ସହାୟତା ରାଶି

ଖଡ଼ିଆଳରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର, ୨୦୨ ଜଣ ଶ୍ରମିକ ପାଇଲେ ସହାୟତା ରାଶି

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଆନୁକୂଲ୍ୟରେ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବୋର୍ଲା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ଢୋଲକିଆ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଓଡିଶା ସରକାର ଯୋଗଦେଇ ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ ଯୋଜନା ଉପରେ ଆଲୋଚନା କରିଥିଲେ। ଓ ଏହି ଯୋଜନା ରାଜ୍ୟର ଶ୍ରମିକ ମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣି ପାରିଥିବା ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଶ୍ରମିକଙ୍କ ଅବଦାନରେ ଦେଶର ସମୃଦ୍ଧି ବଢିଥାଏ ଏଣୁ ସେମାନଙ୍କ କଲ୍ୟାଣ ପାଇଁ ଏହି ଯୋଜନା ସହାୟକ ହୋଇ ପାରୁଛି ବୋଲି କହିଥିଲେ।ଅନ୍ୟତମ ଅତିଥି ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଏହି ଯୋଜନାରେ ସବୁ ଶ୍ରମିକ ପରିବାର ଯୋଡି ହେବାକୁ ଆହ୍ୱାନ ଦେଇଥିଲେ।ଏହି ଯୋଜନାରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରି ବର୍ତ୍ତମାନ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାରେ ମିଳିଥିବା ବିଭିନ୍ନ ସହାୟତା ଉପରେ ଜିଲ୍ଲା ଶ୍ରମ ଅଫିସ ପକ୍ଷରୁ ସୂଚନା ଦିଆଯାଇଥିଲା।ଏହି ଅବସରରେ ଖଡ଼ିଆଳ ବ୍ଲକର ୧୨୮ ଜଣ ଶ୍ରମିକଙ୍କୁ ୭୬ ଲକ୍ଷ ୩୫୦୦୦ ଟଙ୍କା ଓ ଖଡ଼ିଆଳ ଏନ ଏ ସି ର ୭୪ ଜଣ ଶ୍ରମିକଙ୍କୁ ୬୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।ମାସକ ମଧ୍ୟରେ ଜିଲ୍ଲାର ସମସ୍ତ ହିତାଧିକାରୀ ସହାୟତା ରାଶି ପାଇବେ ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *