
ନୂଆପଡା ଜିଲ୍ଲା କୋମନା ସ୍ଥିତ ବିଜାଖମନ ଜଙ୍ଗଲ ଭିତରେ ପୁଣି ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ।ଖବର ଅନୁଯାୟୀ ଆଜି ୪ଟା ସମୟରେ ୪ ଜଣ ବନ କର୍ମଚାରୀ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଗତ ରବିବାର ଦିନ ସକାଳରେ ବିରୁନପଦର୍ ଗାଁ ର ବାପ ପୁଅଙ୍କୁ ଭାଲୁ ଆକ୍ରମଣ ହୋଇଥିବା ବେଳେ ଆକ୍ରମଣରେ ବାପର ମୃତ୍ୟୁ ହୋଇଥିଲା ଓ ପୁଅ ଗୁରୁତର ହୋଇଥିଲେ । ଏଥିଲାଗି ୩୫୩ ଜାତୀୟ ରାଜପଥକୁ ବିରୁନପଦର୍ ଗାଁ ର ଲୋକେ ରାସ୍ତା ଅବରୋଧ କରିଥିଲେ ଏବଂ ଯେ ପର୍ଯ୍ୟନ୍ତ ଭାଲୁକୁ ଧରା ନ ଯାଇଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବାକୁ ଜିଦ୍ କରିଥିଲେ ଓ ବହୁ ବୁଝା ସୂଝା ପରେ ରାସ୍ତାରୁ ହଟିଥିଲେ ।କିନ୍ତୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଭାଲୁକୁ ଧରି ନ ଥିଲା ବନ ବିଭାଗ,ଦିନକୁ ଦିନ ଭାଲୁ ଆକ୍ରମଣ ବୃଦ୍ଧି ହେବା ଲାଗିଛି ।ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ଏଥିରେ ୪ ଜଣ ବନ କର୍ମଚାରୀ ଆକ୍ରମଣର ଶିକାର ହେଇଛନ୍ତି ।ସେମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଏହି ଆକ୍ରମଣରେ ଜଣେ ଫରେଷ୍ଟର,ଜଣେ ପାରାଗାଡ ଓ ୨ ଜଣ ଗାଡ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଏବେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।