କଟକ ସଦର ନିର୍ବାଚନ ମଣ୍ଡଳୀରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୦୦ କେଟି ଅନୁଦାନ

କଟକ ସଦର ନିର୍ବାଚନ ମଣ୍ଡଳୀରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୦୦ କେଟି ଅନୁଦାନ

କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୧୪ଗୋଟି ପଂଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଅନୁଦାନ ଯୋଗଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ୧୪ଗୋଟି ପଂଚାୟତର ଜନସାଧାରଣ, ଜନପ୍ରତିନିଧି ଏବଂ ବିଜେଡ଼ି ନେତୃବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ ପାଣ୍ଡିଆନ, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ସାନ୍ତପୁର ସ୍ଥିତ ଦଧିବାମନଜୀଉ କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲା ବିଜେଡ଼ି ଉପସଭାପତି ଅଚ୍ୟୁତାନନ୍ଦ ଦାସ ଯୋଗ ଦେଇ ଏହି ୧୪ ଗୋଟି ପଞ୍ଚାୟତ ପାଇଁ ବିଧାୟକ ଶ୍ରୀ ବେହେରାଙ୍କ ପ୍ରଚେଷ୍ଟାରେ ପୂର୍ବରୁ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଏବଂ ବହୁ ପ୍ରୋଜେକ୍ଟ କାର୍ଯ୍ୟ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତ ଚାଲିଥିବା ସଂକ୍ରାନ୍ତରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *