
ସାଳନ୍ଦୀ ନଦୀ ସୋସୋ ରାଜସ୍ବ ଗ୍ରାମ ଦେଇ ପ୍ରବାହିତ ହୋଉଛି । ଏହି ନଦୀର ଦକ୍ଷିଣ ପାର୍ଶ୍ବରେ ପର୍ଯ୍ୟାପ୍ତ ପରିମାଣରେ ଚାଷଜମି ସାଙ୍ଗକୁ ସରକାରୀ ଓ ବେସରକାରୀ ଜମିରହିଛି। ଏହି ଗ୍ରାମର ଉଭୟ ପାର୍ଶ୍ବ ମଧ୍ଯସ୍ଥଳୀରେ ପ୍ରବାହିତ ହୋଇଥିବାରୁ ବିଶେଷକରି ବର୍ଷାଦିନେ ଲୋକେ ନାହିଁ ନଥିବା ପରିସ୍ଥିତିରେ ସମ୍ମୁଖୀନ ହେଉଛନ୍ତି। ସୋସୋ ପଞ୍ଚାୟତର ଦୁଇ ନମ୍ବର ୱାର୍ଡବାସୀ ନଦୀର ଅପର ପାର୍ଶ୍ବରେ ବସବାସ କରୁଥିବାରୁ ରାସନ ହେଉ ବା ଭତ୍ତା ପାଇଁ ନଦୀପାର ହୋଇ ସାମଗ୍ରି ଆଣିବାକୁ ଯିବାକୁ ପଡିଥାଏ। ଯାହା ଫଳରେ ସେମାନେ ବହୁ ଅସୁବିଧା ଭୋଗ କରିଥାନ୍ତି।ବିଶେଷକରି ବର୍ଷାଦିନେ ନଦୀର ପାଣି ବଢିଲେ ସେମାନଙ୍କ ସମସ୍ୟା ଦ୍ଵିଗୁଣିତ ହୋଇଥାଏ।ସୋସୋଠାରେ ଡାକ୍ତର ଖାନା ,ବ୍ୟାଙ୍କ, ସ୍କୁଲ, କଲେଜ ଆଦି ଥିବାରୁ ଉପରୋକ୍ତ ଅନ୍ଯାନ୍ଯ ପଞ୍ଚାୟତ ବାସୀ ଏଠାକୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଆସିଥାନ୍ତି ।ସଂପୃକ୍ତ ଅଞ୍ଚଳର ଅନତୀ ଦୂରରେ ନିର୍ମାଣ ହୋଇଥିବା ଦୁଇଟି ସେତୁ ଥିଲେ ସୁଦ୍ଧା ଲୋକେ ୩/୪ କିଲୋମିଟରରୁ ଅଧିକ ରାସ୍ତାଦେଇ ଗନ୍ତବ୍ୟ ସ୍ଥଳକୁ ଯା’ ଆସ କରନ୍ତି।ଯଦି ସୋସୋ ସ୍ଥିତ ବ୍ରାହ୍ମଣସାହିସ୍ଥିତ ଘାଟରେ ନୂତନ ଭାବେ ସେତୁ ନିର୍ମାଣ ହୋଇପାରନ୍ତା ତେବେ ଉଭୟ ପାର୍ଶ୍ବରେ ଥିବା ପ୍ରାୟ ଶହ ଶହ ଏକର ଜମିରେ ଜନବସତି ସୃଷ୍ଟି ହେବାସହ ଅଦରକାରୀ ହୋଇପଡିଥିବା ଜମିଗୁଡିକ ଉପଯୋଗୀ ହୋଇପାରନ୍ତା ଉପରୋକ୍ତ ସମସ୍ୟା ନେଇ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଓ ବୀଭିଗୀୟ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ତେବେ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗ୍ରାମବାସୀ ରବିନ୍ଦ୍ର କୁମାର ରାଉତ, ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ଶରତ କୁମାର ରାଉତ, ସରପଞ୍ଚ ରାଜକୁମାର ଦାଶ, ରମାକାନ୍ତ ସିଂହ, ଭୀମସେନ ବେହେରା,ରମେଶ ରଣା,ଦୀନବନ୍ଧୁ ପହୀ,ଗୟାଧର ସିଂହ ପ୍ରମୁଖ ଦାବୀକରିଛନ୍ତି।