
କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକ ଦୁଃଖ ଦିନକୁ ଦିନ ଅଞ୍ଚଳରେ ଉଗ୍ରରୂପ ନେଉଛି। କେତେ ବେଳେ ଦାଦନ ଶ୍ରମିକ ସାଉକାର ଙ୍କ ଠାରୁ ନିର୍ଯାତିତ ହେଉଛି ତୋ କେତେବେଳେ ନିଖୋଜ ଆଉ ପୁଣି କେତେବେଳେ ଶବ ହୋଇ ଗାଁ କୁ ଫେରୁଛନ୍ତି l ବିଶେଷ ଭାବରେ ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ୩ ରୁ ୪ ମାସ ଭିତରେ ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ ଦେହ ବିଭିନ୍ନ ରାଜ୍ୟରୁ ଗାଁ କୁ ଫେରୁଛି l ୭ ଦିନ ତଳେ ତାମିଲନାଡୁରୁ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଦୋରାସାର୍ଲି ଗାଁରେ ଜଣେ ଦାଦନ ଶ୍ରମିକ ଙ୍କ ମୃତ ଦେହ ପହଞ୍ଚି ଥିଲା | ଠିକ ଦଶ ଦିନ ନ ପରୁଣୁ ଆଉ ଏକ ଦାଦନ ଶ୍ରମିକଙ୍କ ମୃତ ଖବର ପହଞ୍ଚିଛି l ଏହି ପରି ଦୁଃଖଦ ଖବର ଆସିଛି ପାହାଡ଼ ପଦର ପଞ୍ଚାୟତ ଅନ୍ତର୍ଗତ କାଞ୍ଚନମୁଖୀ ଗ୍ରାମର ରାମ ମାଝୀ ଙ୍କ ପୁଅ ଗୋବିନ୍ଦ ମାଝୀ (୨୨ )ବୋଲି ଜଣାପଡିଛି l ପରିବାର ପ୍ରତିପୋଷଣ ପାଇଁ କେରଳ ସ୍ଥିତ ଏକ ଘୋରଇ କମ୍ପାନୀ କୁ କିଛି ମାସ ତଳେ ଯାଇଥିଲେ ଓ ସେଠାରେ ଗଛ କଟିଙ୍ଗ କାମ କରୁଥିଲେ | ଗଛ କାଟୁ କାଟୁ ଦେହ ଉପରେ ଗଛ ପଡିଯିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା l ପରିବାର କହିବା ଅନୁସାରେ ଏବେ ଶବ ବ୍ୟବଛେଦ ପରେ କେରଳ ରୁ ଆମ୍ବୁଲାନ୍ସ ଯୋଗେ ଶବ କୁ ଘରକୁ ଅଣାଯିବ l ମୃତ ଖବର ପହଞ୍ଚିବା ପରେ ଗାଁରେ ଏବେ ଶୋକାକୁଳ ପରିବେଶ ।