ଦୂଷିତ ପାଣି ପିଇ ଧୂବାବାହାଲି ଓ ସାନଝିଙ୍କି ଗାଁର ଅଧିକାଂଶ ଲୋକେ କିଡ଼ନୀ ରୋଗ ରେ ଆକ୍ରାନ୍ତ

ଦୂଷିତ ପାଣି ପିଇ ଧୂବାବାହାଲି ଓ ସାନଝିଙ୍କି ଗାଁର ଅଧିକାଂଶ ଲୋକେ କିଡ଼ନୀ ରୋଗ ରେ ଆକ୍ରାନ୍ତ

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଜନମୁରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମୁଖ୍ୟ ରାସ୍ତା ର ଉଭୟ ପଟେ ଥିବା ବସ୍ଥି ଧୁଵl ବାହାଲି ଓ ସାନ ଝିଙ୍କି ଗାଁ ର ଲୋକେ ନଳକୂପ ର ଦୂଷିତ ପାଣି ବ୍ୟବହାର କରି ୪୦/୫୦ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଏ ବିଷୟରେ ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଉକ୍ତ ଗ୍ରାମରେ ପହଂଚି ଲୋକଙ୍କ ପ୍ରତିକ୍ରିୟା ନେବା ବେଳେ ଅଭିଶପ୍ତ ଜୀବନ ବିତାଉଥିବା ବିଷୟ କୋହ ଭରା କଣ୍ଠ ରେ ଲୋକମାନେ ଅଭିଯୋଗ କରିଥିଲେ। ଗୋଟିଏ ଗୋଟିଏ ପରିବାର ର ୨/୩ ଜଣ ମଧ୍ୟ ଏହି ରୋଗ ରେ ଆକ୍ରାନ୍ତ ଥିବା ଜଣା ପଡିଛି l ସାନ ଝିଙ୍କି ର ଜଣେ ବୃଦ୍ଧ ଏବେ ମୃତ୍ୟୁ ଶଯ୍ୟାରେ l ପିଇବା ପାଣି ପାଇଁ ଏ ଲୋକ ଙ୍କୁ ସହର କୁ ଆସିବାକୁ ପଡୁଛି l ୫ଲିଟର ପାଇଁ ପେଟ୍ରୋଲ ୧ ଲିଟର ଖର୍ଚ୍ଚ କରିବାକୁ ପଡୁଛି l ଏ ଦୂଷିତ ପାଣି ର ପରୀକ୍ଷା ପାଇଁ ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗ ର ଦୃଷ୍ଟି ଆକର୍ଷଣ କରିବାକୁ ଓ ଏବେ ଅସ୍ଥାୟୀ ଭାବେ ପାଣି ଟାଙ୍କି ଯୋଗାଇ ଖୁବ ଶୀଘ୍ର ମେଗା ଲିଫ୍ଟ ପ୍ରୋଜେକ୍ଟ ରୁ ଶୀଘ୍ର ପାଣି ଯୋଗାଇବାକୁ ମିଡ଼ିଆ ଜରିଆ ରେ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *