
କଳାହାଣ୍ଡି ଜିଲ୍ଲା ମୂଖିଗୁଡା ଇନ୍ଦ୍ରାବତୀ ଡ୍ୟାମରେ ପଞ୍ଜୁରୀ ଭିତରେ ମାଛ ଚାଷ । ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଫିଶିଙ୍ଗ କେଜ । ମତ୍ସ୍ୟ ବିଭାଗର ସହାୟତାରେ କଳାହାଣ୍ଡିର ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର୍ ଫାର୍ମିଂ ଆରମ୍ଭ ହୋଇଛି । ପଞ୍ଜୁରୀ ଭିତରେ ମାଛ ଚାଷ । କଥା ଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁ ଥିବ ନିଶ୍ଚିତ । ତେବେ ଆଦିବାସୀ ଅଦ୍ଧ୍ୟୁସିତ କଳାହାଣ୍ଡି ଜିଲ୍ଲାରେ ଏବେ ପଞ୍ଜୁରୀ ଭିତରେ ମାଛ ଚାଷ କରି ସ୍ୱାବଳମ୍ବି ହୋଇ ପାରିବେ ଚାଷୀ । ଜିଲ୍ଲାରେ ମତ୍ସ ଉତ୍ପାଦନ ବୃଦ୍ଧି ତଥା ମତ୍ସ ସମବାୟ ସମୀତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଆୟ ବୃଦ୍ଧି ଓ ଜୀବନ ଜୀବିକା ସୁରକ୍ଷିତ କରିବା ଉଦ୍ଧେଶ୍ୟରେ ପ୍ରଥମ ପର୍ଯ୍ୟୟରେ ଥୁଆମୂଳ ରାମପୁରର ସାନଛତ୍ରଙ୍ଗର ଇନ୍ଧ୍ରାବତୀ ଜଳଭଣ୍ଡାରରେ ଗୋଟିଏ ବୃତ୍ତାକାର ଓ ଦୁଇଟି ଆୟତ୍ତାକାର ପଞ୍ଜୁରୀ ସ୍ଥାପିତ କରାଯାଇଛି । ଆଜି ମାଆ ଖମ୍ବେଶ୍ବରୀ ମତ୍ସ୍ୟ ସମବାୟ ସମିତୀ ଦ୍ବାରା ଏହି ପଞ୍ଜୁରୀରେ ଅମୁରକାର୍ଷ ମାଛ ଜାଆଁଳା ଛଡାଗଲା । ଏହାକୁ ପ୍ରତିଦିନ ଖାଦ୍ୟ ଦେବା ସହ ପଞ୍ଜୁରୀ ସଫା ରଖିଲେ 3 ରୁ 4 ମାସ ମଧ୍ୟରେ ଏହା 1 କେଜି ପର୍ଯ୍ୟନ୍ତ ବଢ଼ିବେ ଏବଂ କ୍ୟୁବିକ୍ ମିଟର ପ୍ରତି 30ରୁ 40 କେଜି ମାଛ ଉତ୍ପାଦନ ହୋଇପାରିବ ଜଳଭଣ୍ଡାର ପାଇଁ ନିଜ ଭିଟା ମାଟି ହରେଇଥିବା ଏ ଆଦିବାସୀ ଅଞ୍ଚଳରେ ଚାଷ ଜମି କମ୍ ଓ ଚାରିଆଡେ ଜଳଭଣ୍ଡାର ରହିଥିବାରୁ ଲାଭ ଦାୟକ ଚାଷ କରିପାରୁନଥିଲେ ସ୍ଥାନୀୟ ଲୋକେ; କିନ୍ତୁ ଏବେ ଏକ ନୂଆ ଆଶା ଦେଖାଇଛି କେଜ୍ କଲଚର୍ ଫାର୍ମିଂ। ମଧୁର ମାଛର ଚାହିଦା ନିରନ୍ତର ବୃଦ୍ଧି ପାଉଛି । ଏହି କେଜ୍ ଫାର୍ମୀଙ୍ଗ କରି ବଜାରର ଚାହିଦା ମୁତାବକ ମାଛ ଆମଦାନୀ କରିବା ସହ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ଏହି ଅଞ୍ଚଳ ବାସୀ । ଆଗରୁ ହୀରାକୁଦ ଓ ମାଲକାନଗିରିର ସତିଗୁଡା ଜଳ ଭଣ୍ଡାରରେ ଭାସ୍ୱମାନ ଜେଟି ଓ ଜାଲ ସହାୟତା ରେ ଫିଶିଙ୍ଗ କେଜ ନିର୍ମାଣ କରା ଯାଇ ଚାଷ କରା ଯାଉଥିବାବେଳେ ଏହା କଳାହାଣ୍ଡି ଜିଲ୍ଲା ପାଇଁ ପ୍ରଥମ । ସ୍ତନୀୟ ଅଞ୍ଚଳରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ଯୁବପିଢିଙ୍କୁ ମଧ୍ୟ ଏହା ଆକୃଷ୍ଟ କରିବା ସହ ଅଞ୍ଚଳର ଭାଗ୍ୟ ପରିବର୍ତନରେ ସହୟ ହେବ ବୋଲି ଦ୍ରୋପଦି ମାଝୀ ଜିଲ୍ଲା ମସ୍ତ୍ୟ ଅଧିକାରୀ କହିଛନ୍ତି।