
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆୟେଜିତ ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା , ଜିଲ୍ଳା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜୁଲାଇ ମାସରେ ବିନା ହେଲମେଟ ଗାଡିଚାଳନା ରେ ୨୪୫ ଜଣ, ଦ୍ରୁତ ଗତି ଗାଡି ଚାଳନା ନିମନ୍ତେ ୩୬୦ ବିନା ସିଟ ବେଲ୍ଟ ଗାଡି ଚାଳନାରେ ରେ ୮୯, ମୋବାଇଲ ଫୋନ ବ୍ୟବହାର ସହ ଗାଡି ଚାଳନାରେ ୨୨, ମାଲ ବୁହା ଗାଡ଼ିରେ ଯାତ୍ରୀ ପରିବହନ ସକାଶେ ୯, ଏବଂ ମଦ୍ୟପ ଗାଡିଚାଳନାରେ ୨୧ଜଣ ଙ୍କୁ ଧରାଯାଇଥିବା ବେଳେ ୧୭୨ ଜଣଙ୍କ ଗାଡି ଚାଳନା ପଞ୍ଜିକରଣ କୁ ରଦ୍ଦ କରାଯାଇଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି l ସେହିପରି ୨୦୨୩ ବର୍ଷ ଉପରୋକ୍ତ ସମୟ ସୁଦ୍ଧା ସମୁଦାୟ ୬୭ଟି ସଡ଼କ ଦୁର୍ଘଟଣା ଘଟି ୩୯ ଜଣଙ୍କ ଅକାଳ ବିୟୋଗ ହୋଇଥିବା ସୂଚୀତ କରିଛନ୍ତି l ଜିଲ୍ଲପାଳ ଏହି ଅବସରରେ ସମସ୍ତ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷା ର ସମସ୍ତ ନିୟମ କୁ ପାଳନ କରିବା ସହିତ ଜିଲ୍ଲାରୁ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବାରେ ଗାଡି ଚାଳକ ତଥା ଜନସାଧାରଣ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ।