
ସୋନପୁର ପୌର ପରିଷଦ ସଫେଇ କର୍ମଚାରୀ ଙ୍କୁ ବେଆଇନ ଭାବରେ ଛଟେଇ କରିଥିବା ପ୍ରତିବାଦ ରେ ଶିବରାଜ ସୁନା, ଶତ୍ରୁଘ୍ନ ସୁନା, ରଞ୍ଜିତ ସୁରୁଗୁଜିଆ, ଦୀପକ ସାଗର ତାଙ୍କ ପରିବାର ଛୁଆ ପିଲା ଙ୍କୁ ଧରି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଆମରଣ ଅନଶନ କରିଛନ୍ତି l ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଏହି କର୍ମଚାରୀ ମାନେ ବିଗତ ବର୍ଷ ରେ ସଫେଇ କର୍ମଚାରୀ ଙ୍କ ସାମୁହିକ ଆନ୍ଦୋଳନ ରେ ନେତୃତ୍ୱ ନେଇ ଥିବା କାରଣ ରୁ ତାଙ୍କ ଉପରେ ବ୍ୟକ୍ତିଗତ ଭାବେ ଆକ୍ରୋଶ ମନୋଭାବ ରଖି ବିଭାଗ ଏହି ଚରମ ପଦକ୍ଷେପ ନେଇଥିବା ଅନଶନ ରତ କର୍ମଚାରୀ ଅଭିଯୋଗ କରିଛନ୍ତି l ପୌର ଅଧିକାରୀ ଓ କାଉନସିଲ କୁ ପୂର୍ବ ଆନ୍ଦୋଳନ ପାଇଁ କ୍ଷମା ମାଗିବା ପରେ ପୁଣି ଏଇ ନିର୍ଦ୍ଧିଷ୍ଟ କିଛି କର୍ମଚାରୀ ଙ୍କ ଉପରେ ବେଆଇନ ଭାବେ ଛଟେଇ ନିର୍ଦ୍ଧେଶ କୁ ଏମାନେ ସହଜ ରେ ହଜମ କରି ପାରୁନାହାନ୍ତି l ଯଦି ସେମାନଙ୍କୁ ପୁନର୍ବାର କାମରେ ନିଯୁକ୍ତି ଦିଆ ନ ଯାଏ ଜୀବନ ହରିଦେବୁ ବୋଲି କୋହ ପ୍ରକାଶ କରିଛନ୍ତି। ଏହି କର୍ମଚାରୀ।