
ପବିତ୍ର ଗୁରୁଦିବସ ଅବସରରେ ମାହାଙ୍ଗା-ନିଶ୍ଚିନ୍ତକୋଇଲି ଗୁରୁପୂଜା କମିଟି ପକ୍ଷରୁ ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ ସମାରୋହ-୨୦୨୩ ମାହାଙ୍ଗା ବ୍ଲକ ଗୋତରା ଭବାନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ନୋଡାଲ ଉପ୍ରା ମଇ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଗୁରୁଜୀ, ଗୁରୁମା ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା l ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ଗୁରୁଜୀ ଗୁରୁମା ହେଉଛନ୍ତି ବିଶ୍ୱକର୍ମା ସଦୃଶ ମୂଳ ଭିତିଭୁମିରୁ ଯଦି ଛାତ୍ର ଛାତ୍ରୀ ଙ୍କୁ ଗଢିତୋଳିବେ ତାହେଲେ ଏକ ସୁସ୍ଥ ସମାଜ ଗଢି ହୋଇପାରିବ ବେଲି କହିଥିଲେ। ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି,ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ, ରୋଜି ସେଠୀ,ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମଣ୍ଡଳ ଶିକ୍ଷାଧିକାରୀ ଚକ୍ରଧର ବେହେରା, ଲକ୍ଷହୀରା ଲାବଣ୍ୟବତୀ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚଳନା କରିଥିଲେ।