ସିଏସପି କୁ ସିଏସପି ପ୍ଲୁସ ରେ ଅନ୍ତରର୍ଭୁକ୍ତ କରିବା ପାଇଁ ବିଧାୟକ ଙ୍କୁ ଦାବିପତ୍ର

ସିଏସପି କୁ ସିଏସପି ପ୍ଲୁସ ରେ ଅନ୍ତରର୍ଭୁକ୍ତ କରିବା ପାଇଁ ବିଧାୟକ ଙ୍କୁ ଦାବିପତ୍ର

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କ ପକ୍ଷରୁ ରାଜ୍ୟ ସରକାର ଙ୍କ ସିଏସପି ପ୍ଲସ ଯୋଜନାରେ ସିଏସପି ମାନଙ୍କୁ ଅନ୍ତରଭୁକ୍ତ କରିବା ପାଇଁ ଏକ ଦାବି ପତ୍ର କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଜିଲ୍ଲା ସଭାପତି ପ୍ରମୋଦ କୁମାର ସ୍ୱାଇଁ, ବଳଦେବ ସ୍ୱାଇଁ , ଅକ୍ଷୟ ସାହୁ,ଗୋପାଳ ଚରଣ ଚାନ୍ଦ, ଭବାନୀ ସିଂ, ସଂଗ୍ରାମ କେଶରୀ ସ୍ୱାଇଁ, ସୁକାନ୍ତ ରାଉତ, ସ୍ମୃତିରଞ୍ଜନ ଖୁଣ୍ଟିଆ ଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ମାନେ ଯୋଗଦାନ କରି ବିଧାୟକ ଙ୍କୁ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *