ବସନ୍ତିଆରେ ବିଶ୍ବ ସଂସ୍କୃତ ଦିବସ ପାଳିତ

ବସନ୍ତିଆରେ ବିଶ୍ବ ସଂସ୍କୃତ ଦିବସ ପାଳିତ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ବସନ୍ତିଆରେ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ମାର୍ଗଦର୍ଶନର ଆୟୋଜିତ ହୋଇଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଅତିଥି ଭାବେ ସ୍ଥାନିୟ ସରପଞ୍ଚ ଅଶୋକ କୁମାର ସାହୁ,ସମାଜ ସେବୀ ଦୀନବନ୍ଧୁ ପତି,ଓଷ୍ଠାର ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନା,ଓଷ୍ଠାର ଭଣ୍ଡାରୀପୋଖରୀ ବ୍ଳକ ସଂପାଦକ ମନୋରଞ୍ଜନ ପଣ୍ଡା,ସିଆରସିସି ସୁଧିର କୁମାର ବାରିକ, ସଂସ୍କୃତ ଶିକ୍ଷକ ସିଦ୍ଧେଶ୍ୱର ପଣ୍ଡା,ପ୍ରାଣବନ୍ଧୁ ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଆଲୋକ କୁମାର ପ୍ରଧାନ ବେଦପାଠ ଓ ଅଥିତି ପରିଚୟ କରିଥିଲେ। ଶିକ୍ଷକ ପଦ୍ମନାଭ ବେହେରା,ଲକ୍ଷ୍ମୀଧର ପଣ୍ଡା,ନନ୍ଦକିଶୋର ପଣ୍ଡା,ନାରାୟଣ ପୃଷ୍ଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଶିକ୍ଷକ କଲ୍ୟାଣ କୁମାର ରାଉତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *