
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସଂଲଗ୍ନ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନିଉଁଦାଣୀ ଠାରେ ଶିକ୍ଷାବିତ ଓ ଶୁଭେଚ୍ଛୁ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଅକ୍ଷୟ କୁମାର ବଳଙ୍କ ଆବାହକତ୍ବ ରେ ଅନୁଷ୍ଠିତ ବୈଠକକୁ ଶିଶୁ ମନ୍ଦିରର ସଭାପତି ଅଶୋକ ରାଉତ ସଞ୍ଚାଳନ କରିଥିଲେ।ସଂପୃକ୍ତ ଅଞ୍ଚଳର ଶିକ୍ଷାର ମାନ ବୃଦ୍ଧି ପାଇଁ ଶିଶୁ ମନ୍ଦିର ଖୋଲା ଯାଇଥିବା ବେଳେ ଉତ୍ତମ ଚରିତ୍ର ଛାତ୍ର ଛାତ୍ରୀ ଗଠନ କରିବାରେ ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମତ ରଖିଥିଲେ ଶିକ୍ଷାବିତ ଓ ସମାଜସେବୀ ମାନେ।ଏହି ଅବସରରେ ବିଦ୍ଵତ୍ ପରିଷଦ ଗଠନ କରାଯାଇଥିଲା।ଏଥିରେ ସଭାପତି ଭାବେ ଅଶୋକ କୁମାର ରାଉତ, ଉପସଭାପତି ସୋମନାଥ ସ୍ୱାଇଁ,ସଂପାଦକ ହରମୋହନ ପଣ୍ଡା,ସହ ସଂପାଦକ ମୋହନ କୁମାର ମହାନ୍ତି,କୋଷାଧ୍ୟକ୍ଷ ଗୋପାଳକୃଷ୍ଣ ରାଉତ ରହିଥିବାବେଳେ ଉପଦେଷ୍ଟା ଭାବେ ନିରଞ୍ଜନ ରାଉତ, ଅଲେଖ ରାଉତ, ସନ୍ତୋଷ କୁମାର ଜେନା,ଶରତ ରାଉତ, ଅକ୍ଷୟ କୁମାର ବଳ ଓ ମୀନାରାଣୀ ତ୍ରିପାଠୀଙ୍କୁ ଚୟନ କରାଯାଇଥିଲା।