
ବରଗଡ ମ୍ୟୁନିସିପାଲ ବାଳକ ଉଚ୍ଚ ବିଦ୍ୟାଳୟର ୧୯୯୧ ବ୍ୟାଚର ସମସ୍ତ ପୁରାତନ ଛାତ୍ରଙ୍କ ଦ୍ଵାରା ସ୍ଥାନୀୟ ସାଇକ୍ରିଷ୍ଣ ପ୍ୟାଲେସ ପରିସରରେ ପବିତ୍ର ଗୁରୁଦିବସ ଅବସରରେ ପୂର୍ବତନ ଶିକ୍ଷକଙ୍କ ପୂଜ୍ୟ ପୂଜା ସହ ଗୁରୁଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ, ସୁବୋଧ ଦାସ,କିଶୋର ଚନ୍ଦ୍ର ଶତପଥୀ,ଅଶୋକ ପଶାୟତ,ବିପିନ ବିହାରୀ କର୍ଣ୍ଣ,ମୂରଲୀଧର କର,ବୁଧରାମ ସାହୁ,ଲକ୍ଷ୍ମଣ ଭୋଇ ଏବଂ ପ୍ରଦୀପ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା। ଗୁରୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।