୨୦ ଦିନ ରେ ପହଞ୍ଚିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ଯ ବନ୍ଦ ଆନ୍ଦୋଳନ

୨୦ ଦିନ ରେ ପହଞ୍ଚିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ଯ ବନ୍ଦ ଆନ୍ଦୋଳନ

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ର ଡାକରା ଅନୁଯାୟୀ ସାରା ଓଡ଼ିଶାରେ ଅଗଷ୍ଟ ୧୮ ରୁ ସମସ୍ତ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ସେହି ପରିପେକ୍ଷି ରେ ସୁବର୍ଣ୍ଣପୁର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାପାଳ କର୍ଯ୍ୟlଳୟ ଆଗରେ ଧାରଣା ଦେଇଛନ୍ତି। ଧାରଣା ଦେବା ୨୦ ଦିନ ହେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ତାଙ୍କ ପ୍ରମୁଖ ଦାବୀ ମଧ୍ୟ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପରିବର୍ତ୍ତେ ଯୁକ୍ତ ୩ କରାଯାଉ। ଦ୍ବିତୀୟ ଦାବି ଦରମା ହାର ଲେଭେଲ ୫ ରୁ ଲେଭେଲ୍ ୯ କୁ ପରିବର୍ଦ୍ଧିତ କରାଯାଉ । ତୃତୀୟ ଦାବୀ ଯେଉଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟକାଳ ୧୦ ବର୍ଷ ପୁରି ଯାଇଛି ଓଡ଼ିଶା ସରକାର ନୂତନ ପଦବୀ ସୃଷ୍ଟି କରି ପଦୋନ୍ନତି ବ୍ୟବସ୍ଥା କରନ୍ତୁ। ଚତୁର୍ଥ ଦାବୀ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ। ପଞ୍ଚମ ଦାବୀ ଓପିଆରଏସ କ୍ୟାଡର ଗ୍ରୁପ ରେ ସାମିଲ କରାଯାଉ।

Leave a Reply

Your email address will not be published. Required fields are marked *