ଆଦିବାସୀ ଓଜନଜାତି ଙ୍କ ସର୍ବ ମଙ୍ଗଳା ପୂଜା ଆରମ୍ଭ

ଆଦିବାସୀ ଓଜନଜାତି ଙ୍କ ସର୍ବ ମଙ୍ଗଳା ପୂଜା ଆରମ୍ଭ

ଆଦିବାସୀ ଜନଜାତି ମଧ୍ୟରେ ରହିଛି ନିଜର ଆରାଧ୍ୟ ଦେବତା ଙ୍କ ଉପରେ ଅଗାଢ଼ ବିଶ୍ୱାସ ପୂର୍ବ ପରମ୍ପରା ରୁ ଆଦିବାସୀ ଙ୍କ ଅଗ୍ର ରେ ଦେବାଦେବୀ ଙ୍କ ସ୍ଥାନ ଅନନ୍ୟ.କଳାହାଣ୍ଡି ମାଟି ହେଉଛି ଆଦିବାସୀ ଜନଜାତି ଙ୍କ ମାଟି।କଳାହାଣ୍ଡି ର ପାଣି ପବନ ରେ ଗଢା ଆଦିବାସୀ ଜନଜାତି ଙ୍କ ଆବର୍ତ୍ତ ବର୍ତ୍ତମାନ କୋକସରା ବ୍ଲକ ଗୋତୋମୁଣ୍ଡା ଅଠରନଳା ସାହାଜଖୋଲ ଜଙ୍ଗଲ ପାଦଦେଶରେ ଜୀବନ ଜୀବିକା କରିଥିବା ଆଦିବାସୀ ଜନଜାତି ଙ୍କୁ ସୁଖଦୁଃଖ ରେ ସାହା ହୁଅନ୍ତି ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣୀ ଦେବୀ ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଦେବୀ ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଗ୍ରାମର ପୂଜାରୀ ଓ ଗ୍ରାମବାସୀମାନେ ମିଳିତଭାବେ କାଳିସୀ ଓ ଗ୍ରାମ ପୁଜାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କିମି ରାସ୍ତା ଚାଲି ଚାଲି କଳସି ଓ ଲାଠି ଯାତ୍ରାରେ ବାହାରି ଦେବୀଙ୍କ ଆସ୍ଥାନରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ମାନସିକ ଧାରୀମାନେ ମା ଙ୍କ ନିକଟରେ ଶୁକ୍ଳ ଭୋଗସହ ପାରା, କୁକୁଡା ଓ ବୋଦା ବଳି ଦେଇ ନିଜର ମାନସିକ ପୂରଣ କରନ୍ତି। ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇପଡେ।ଏହି ଡଙ୍ଗରଯାତ୍ରାରେ ପଡୋଶୀ ରାଜ୍ୟ ଛତିଶିଗଡ, ବସ୍ତର ଓ ନବରଙ୍ଗପୁର ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାକୁ ଆସିଥାନ୍ତି।

Leave a Reply

Your email address will not be published. Required fields are marked *