ବରଗଡ଼ ରେ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ

ବରଗଡ଼ ରେ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ

ଶ୍ରୀ ଶ୍ରୀ ମାଁ ଶ୍ୟାମାକାଳୀ ମନ୍ଦିର ଠାରେ ମହାସମାରାେହରେ କୃଷ୍ଣ ଜନ୍ମାଷ୍ଟମୀ ମହାେତ୍ସବ ପାଳିତ ହୋଇଛି । ସଧ୍ୟା ଆରତ୍ରୀ ପରେ ଜନ୍ମାଷ୍ଟମୀ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବରଗଡ଼ ତ‍ଥା ଆଖପାଖ ଗ୍ରାମର ସହଶ୍ରାଧିକ ଭକ୍ତ ପୂଜାକାର୍ଯ୍ୟରେ ଅଶଂ ଗ୍ରହଣ କରିଥିଲେ । ଅର୍ଧରାତ୍ର‍ରେ କୃଷ୍ଣଜନ୍ମ ହେବାପରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପ‍ପୁର ଯିବାର ଅଭିନୟ ଏବଂ ଉଗ୍ରସେନଙ୍କ ପଥରାେଧ ଅତି ଜିବନ୍ତ ହୋଇଥିଲା। । ପରେ ସମସ୍ତ ଭକ୍ତ ମାନଙ୍କୁ ମନ୍ଦିର ପରିଚାଳନା ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଜନ୍ମାଷ୍ଟମୀ ମହୋତ୍ସବରେ ମାହେଶ୍ବରୀ ପଡ଼ା ସଂକିର୍ତ୍ତନ ମଣ୍ତଳୀ ପକ୍ଷରୁ ସଂକିର୍ତ୍ତନ କରାଯାଇଥିଲା।

Leave a Reply

Your email address will not be published. Required fields are marked *