
ସୁବର୍ଣ୍ଣପୁର(୨୪/୨/୨୫):ଭାସ୍କର ଦାଶ: -ସୋନପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୨ ରେ ଦୀର୍ଘ ବର୍ଷ ହେବ ଏକ ଷ୍ଟଲ୍ ରେ ଚାଲିଛି ଅଗନୱାଡି କେନ୍ଦ୍ର। ନୂତନ ଅଗନୱାଡ଼ି କେନ୍ଦ୍ର କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ୨୦୨୧-୨୨ ରୁ ପ୍ରାୟ ୭ ଲକ୍ଷ ବଜେଟ ରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏହି ଅଗନୱାଡି କେନ୍ଦ୍ର କାମ ଆରମ୍ଭ ହୋଇ ଥିଲେ ମଧ୍ୟ ଏଯାବତ୍ ପ୍ଲାଷ୍ଟର କାମ, ରଙ୍ଗ କାମ ହୋଇ ନପାରି କାମରେ ଆସୁନି ଏହି କେନ୍ଦ୍ର। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ କୋମଳ ମତି ବାଳକ ବାଳିକା କିପରି ଭାବରେ ଏହି ଛୋଟିଆ ଷ୍ଟଲ୍ ରେ ବିନା ପଙ୍ଖାରେ ପାଠ ପଢିବେ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ପଡ଼ି କାମ ଶୀଘ୍ର ସମ୍ପୂର୍ଣ ପାଇଁ ଗଣ ମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖି ସରକାରଙ୍କ ଦୃଷ୍ଟି ଗୋଚର କରିଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ପ୍ରଭାବରେ ଅଂଶୁଘାତର ମଧ୍ୟ ଆଶଙ୍କା କରି କାର୍ଯ୍ୟରତ ଅଗନୱାଡ଼ି କର୍ମୀ ମଧ୍ୟ ଗଣ ମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସମନ୍ୱିତ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସାଗରିକ ସ୍ୱାଇଁ ଏ ବିଷୟରେ ଉପଯୁକ୍ତ ତଦାରଖ କରି ଶୀଘ୍ର ଜବରଦଖଲ କାର୍ଯ୍ୟ ସମ୍ପୂର୍ଣ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି।