ବଡ଼ ପରଦାରେ ସମ୍ବିତଙ୍କର ନୂଆଁ ଚଳଚ୍ଚିତ୍ର ଭାଲେଣ୍ଟାଇନ

କଟକ : ୨୪/୨:(ସୁପ୍ରିୟା mahanti) ଆପଣମାନଙ୍କ ଆଶୀର୍ବାଦରୁ ଚନ୍ଦ୍ରାବତୀ ଭିଜନ୍ ର ତୃତୀୟ ଅବଦାନ ଚଳଚ୍ଚିତ୍ର Valentine The memorable day କଟକର ବୃନ୍ଦାବନ ଟକିଜ୍ ରେ ୨୧/୦୨/୨୦୨୫ ରେ ରିଲିଜ୍ ହୋଇଯାଇଛି,ଯେଉଁ ଚଳଚିତ୍ରରେ 3 ଜଣ ସଂଗୀତ ନିର୍ଦ୍ଦେଶକ ଅଛନ୍ତି ଗୋବିନ୍ଦ ଚନ୍ଦ୍ର ସେନାପତି,ଗଗନ ବେଉରା ଏବଂ ଶ୍ରୀନିବାସ ବିଶ୍ଵାଳ। ନିର୍ଦେଶନା ମାନସ ସାହୁ, କାହାଣୀ ଓ ପ୍ରଯୋଜନା ସମ୍ବିତ କୁମାର ସାହୁ, ମୁଖ୍ୟ ଭୂମିକାରେ ସମ୍ବିତ ଓ ବର୍ଷା I ପ୍ରେମର ମାସ ଫେବୃଆରୀ ସମସ୍ତଙ୍କର ଅପେକ୍ଷାରେ ଥାଏ ଫେବୃଆରୀ 14, ଭାଲେଣ୍ଟାଇନ ଡେ କୁ, ଆଉ ଏହି ଫେବୃଆରୀ ଆପଣମାନଙ୍କ ପାଇଁ ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ଆସିଛନ୍ତି ଅଭିନେତା ସମ୍ବିଦ, ଆପଣ ମାନଙ୍କର ସ୍ନେହ, ଶ୍ରଦ୍ଧା, ଭଲପାଇବା ନିଶ୍ଚୟ ଭାଲେଣ୍ଟାଇନ ପରିବାରକୁ ଦେବ I କିଛି ନୂଆ କଳାକାର ମଧ୍ୟ ଏହି ଚଳଚିତ୍ରରେ ଖୁଵ ସୁନ୍ଦର ଅଭିନୟ କରିଛନ୍ତି, ଆପଣମାନଙ୍କ ଆଶ୍ରିବାଦ ସେମାନଙ୍କୁ ପ୍ରେରଣା ଦେବ ବୋଲି ସମ୍ବିଦ ଆଶା ପ୍ରକାଶ କରିଛନ୍ତି I

Leave a Reply

Your email address will not be published. Required fields are marked *