
ସୋନପୁର:୨୫/୨:( ଭାସ୍କର ଦାଶ ) ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଥାନା ସମ୍ମୁଖରେ ଡକାୟତି । ସୂଚନା ଏହିକିଯେ ଗତକାଲି ବିଳମ୍ବିତ ରାତିରେ ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ଛଅଟି ତାଲା କାଟି କିଛି ଦୁବୃର୍ତ୍ତ ଡକାୟତି କରିଛନ୍ତି I ଏହି ଡକାୟତି ଖବର ପାଇ ବିନିକା ପୋଲିସ ପହଂଚି ତଦନ୍ତ ଜାରି ରଖିଛି I ତେବେ ଡକାୟତମାନେ ତାଲା କାଟି କେଉଁ କେଉଁ ଜିନିଷ ଡକାୟତି କରି ଫେରାର ମାରିଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି I ପୋଷ୍ଟ ଅଫିସରେ ସିସିଟିଭି କ୍ୟାମେରା ଲାଗି ନଥିବାରୁ ଡକାୟତି କେମିତି ହୋଇଛି ତାହା ମଧ୍ୟ ଜଣାପଡୁନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।