ଆଗର ପଡାରେ କୁସୁମ ଟିଭି ତରଫରୁ ନିଶା ଚଳଚ୍ଚିତ୍ରର ଶୁଭ ମୁହୂରତ  ଅନୁଷ୍ଠିତ ହୋଇ ଯାଇଛି।।

ଆଗର ପଡାରେ କୁସୁମ ଟିଭି ତରଫରୁ ନିଶା ଚଳଚ୍ଚିତ୍ରର ଶୁଭ ମୁହୂରତ ଅନୁଷ୍ଠିତ ହୋଇ ଯାଇଛି।।

ବନ୍ତ:୨/୨ : ନିଶା ପ୍ରାମାଣିକ ଚଳଚ୍ଚିତ୍ରର ଶୁଭ ମୁହୂରତ ସୋମବାର ବନ୍ତ ବ୍ଲକ ଟିକିରା ଗ୍ରାମରେ ମା ତାରିଣୀଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି, ଶିକ୍ଷାବିତ କୈଳାସ ଚନ୍ଦ୍ର ଧଳ ଓ ସହ ଧର୍ମିଣୀ ସନ୍ଧ୍ୟରାଣୀ ଧଳ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ,

ଏହି ଶୁଭ ମୁହୂରତ ରେ ସମାଜସେବୀ ମୋନାଲିସା ମହାନ୍ତି,, ପୂର୍ବତନ ସରପଞ୍ଚ ପୃଥ୍ୱୀରାଜ ଦାସ ପ୍ରମୂଖ ଉନ୍ମୋଚନ କରିଥିଲେ।ଅନ୍ୟମାନ ଙ୍କ ମଧ୍ୟରେ ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ, ସମାଜସେବୀ ଅନୁପ ମହାନ୍ତି, ଅଶୋକ ମହାନ୍ତି,ସମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ,ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ।କୁସୁମ ଟିଭିର ନିର୍ଦେଶିକା କୁସୁମ ମଞ୍ଜରୀ ଦାସ, ନିଶା ଚଳଚ୍ଚିତ୍ରର ଲେଖକ ତଥା ନିର୍ଦେଶକ ଦୀପକ କୁମାର, ସହ ନିର୍ଦେଶିକା ସୁମତି ପଣ୍ଡା, ସଙ୍ଗୀତ ନିର୍ଦେଶକ କୃଷ୍ଣଚନ୍ଦ୍ର ପଣ୍ଡା, କୁସୁମ ଫାଉଣ୍ଡେସନ ର ଉପ ନିର୍ଦ୍ଦେଶିକା ମମତା ମହାନ୍ତି,ସାମ୍ବାଦିକ ହେମନ୍ତ ସିଂ, ନାୟକ ଶୁଭେନ୍ଦୁ ଲେଙ୍କା, ନାୟିକା ଚାନ୍ଦିନୀ ଦାସ, ଦୀପକ ସେଠି, ଇତିଶ୍ରୀ ତ୍ରିପାଠୀ, ଅଜୟ କୁମାର, ଦୀପକ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ।ବର୍ତ୍ତମାନ ଆଧୁନିକ ସମାଜର ଯୁବ ପିଢ଼ି ନିଶା ଗ୍ରସ୍ତ ହୋଇ ନିଜେ ଧ୍ୱଂସ ହେବା ସହ ସମାଜ କୁ ଧ୍ୱଂସ ଆଡକୁ ନେଇ ଯାଉଛନ୍ତି, ଏମିତି ଏକ କାହାଣୀକୁ ନେଇ କୁସୁମ ଟିଭି ପ୍ରଯୋଜିତ, ଦୀପକ କୁମାର ନିର୍ଦେଶୀତ ଏକ ଭିନ୍ନ ଧରଣ ଚଳଚ୍ଚିତ୍ରର ଶୁଭ ମୁହୂରତ ଅନୁଷ୍ଠିତ ହୋଇ ଯାଇଛି

Leave a Reply

Your email address will not be published. Required fields are marked *