
ଦିଲ୍ଲୀ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସିଂଘୁ ସୀମା ଆଖପାଖ ସମସ୍ତ ରାସ୍ତା ମଧ୍ୟ ବନ୍ଦ କରି ଦିଆଯାଇଛି। ଯାହାଫଳରେ କୃଷକଙ୍କ ଛଡା ସେଠାରେ ବସବାସ କରୁଥିବା ସାଧାରଣ ଜନତାଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜପଥ ସହ ସଂଯୋଜିତ ରାସ୍ତା ବନ୍ଦ ହେବ ଯୋଗୁଁ ପୁରା ଅଞ୍ଚଳରେ ଗମନାଗମନ ପ୍ରଭାବିତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ମଧ୍ୟ ମୁଖ୍ୟ ରାସ୍ତାକୁ ଯିବାକୁ ଅନୁମତି ନାହିଁ। ରାତିରୁ ହିଁ ଏହି ରାସ୍ତାରେ ଲୋକଙ୍କ ଯିବାଆସିବା ବନ୍ଦ ରହିଛି।

ସୂଚନାଯୋଗ୍ୟ ଯେ, ନୂଆ କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ହେଲାଣି କୃଷକ ଦିଲ୍ଲୀରେ ସୀମାରେ ବିରୋଧ ରଦର୍ଶନ କରୁଛନ୍ତି। କୃଷକଙ୍କୁ ଦିଲ୍ଲୀ ଆସିବାକୁ ରୋକିବା ପାଇଁ ପୋଲିସ ଅନେକ ବ୍ୟବସ୍ଥା କରିଛି। ଗାଜିପୁର ଓ ଟିକରି ସୀମା ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

କୃଷକଙ୍କ ସମ୍ଭାବ୍ୟ ପ୍ରଦର୍ଶନକୁ କାବୁ କରିବାକୁ ବହୁ ସଂଖ୍ୟାରେ ପୋଲିସ ଓ ସୁରକ୍ଷାବଳ ଯବାନଙ୍କୁ ସୀମାରେ ନିୟୋଜିତ କରାଯାଇଛି। ପୋଲିସ ରାସ୍ତାରେ ରୋଡ଼ ଡିଭାଇଡର ମଧ୍ୟରେ କଂକ୍ରିଟ ପକାଇ ରାସ୍ତା ଜାମ କରିଦେଇଛି। ଏହାସହ ରାସ୍ତାରେ ଲୁହା କଣ୍ଟା ମଧ୍ୟ ବିଛେଇ ଦେଇଛି ଯେପରି କୃଷକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିପାରିବେନି।