
ନୂଆଦିଲ୍ଲୀ ୦୩/୦୨ : ଭାରତ ପଡୋଶୀ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟାଙ୍କ ସହ ଜଡିତ ଏକ ପ୍ରଶ୍ନ ଉପରେ ଗୃହ ମନ୍ତ୍ରାଳୟ କହିଛନ୍ତି ଯେ ଯେଉଁମାନଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଫେରିବାକୁ ପଡିବ। ବଜେଟ ଅଧିବେଶନ ସମୟରେ ସାଂସଦ କିରୋଡ଼ି ଲାଲ ମିଣାଙ୍କ ପ୍ରଶ୍ନରେ ରାଜ୍ୟସଭାରେ ଗୃହ ମନ୍ତ୍ରାଳୟ କହିଛନ୍ତି ଯେ ଏହି ନିୟମ ଅନୁଯାୟୀ, ୨୦୧୪ ମସିହାରେ ଓ ୨୦୧୯ ମସିହାରେ ସବୁ ରାଜ୍ୟର ରୋହିଙ୍ଗ୍ୟାଙ୍କୁ ଫେରାଇବାକୁ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି।
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

କୁହାଯାଇଛି ଯେ ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କୁ ପୁଣି ଫେରି ଯିବାକୁ ନିର୍ବାସନ ପ୍ରତ୍ୟର୍ପଣ ନିୟମ ଅନୁସାରେ ଆଦେଶ ଦିଆଯାଇଛି। ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କ ସହ ଜଡିତ ଆଉ ଏକ ପ୍ରଶ୍ନରେ ଗୃହ ମନ୍ତ୍ରାଳୟ ରାଜ୍ୟସଭାରେ କହିଛନ୍ତି ଯେ ରୋହିଙ୍ଗ୍ୟା, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ କେରଳରେ ରହୁଛନ୍ତି। ମନ୍ତ୍ରାଳୟ କହିଛନ୍ତି ଯେ ଏମାନଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନାହିଁ। ସେଥିପାଇଁ ସ୍ପଷ୍ଟ ଭାବେ ଅବୈଧ ତରିକାରେ ରହୁଥିବା ରୋହିଙ୍ଗ୍ୟାଙ୍କ ସଂଖ୍ୟା ନିର୍ଦ୍ଧାରିତ କରାଯାଇ ପାରିବନାହିଁ।