ହିମାଚଳରେ ଭୀଷଣ ତୁଷାରପାତ ଓ ବର୍ଷା

ହିମାଚଳରେ ଭୀଷଣ ତୁଷାରପାତ ଓ ବର୍ଷା

ଶିମଲା ଓ ମନାଲି ସମେତ ଉଚ୍ଚ ପାହାଡିଆ ଅଞ୍ଚଳରେ ଭୀଷଣ ତୁଷାରପାତ ହୋଇଛି । ଯାହାଫଳରେ ସୁବେରେ ୩ଟି ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇପଡିଛି। ଶିମଲା-ନାରକଣ୍ଡା-ରାମପୁର ରାଜପଥ ତୁଷାରପାତ ଯୋଗୁଁ ବନ୍ଦ ହୋଇଯାଇଛି। ଚୌପାଲା ଦେହା ସଡକ ମାର୍ଗରେ ମଧ୍ୟ ଯାତାୟାତ ଠପ୍ ହୋଇଯାଇଛି ।ଏଠାରେ ୨ ରୁ ୪ ଇଞ୍ଚ ଯାଏଁ ବରଫ ପଡିଛି। ମନାଲି ଲେହ ରାଜପଥ ମନାଲିରୁ ନେହରୁ କୁଣ୍ଡ ଆଗକୁ ବନ୍ଦ ରହିଛି।

ପାଣିପାଗ ବିଭାଗ ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି ଯେ ଆଗାମୀ ୪୮ ଘଣ୍ଟାରେ ଉନା,  ବିଳାସପୁର, ହମିରପୁର ଓ କାଙ୍ଗଡାର ଅନେକ ଅଞ୍ଚଳରେ ବଜ୍ରପାତ ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ୫ ତାରିଖରେ କେବଳ ଉପରିଆ ଅଞ୍ଚଳରେ ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଅତ୍ୟଧିକ ଉଚ୍ଚ ସ୍ଥାନରେ ତୁଷାରପାତ ଯୋଗୁଁ ବିଜୁଳି ଓ ପାଣି ସେବା ବାଧାପ୍ରାପ୍ତ ହୋଇପାରେ। 

Leave a Reply

Your email address will not be published. Required fields are marked *