କିଏ ଆଣି ପକାଇଛି  କଟା ପାପୁଲି ?

କିଏ ଆଣି ପକାଇଛି କଟା ପାପୁଲି ?

ସୂଚନାନୁସାରେ, ଗୁରୁବାର ସକାଳେ ସିଂହାପୁର ପଞ୍ଚାୟତ ଅଧିନରେ ଥିବା ବ୍ରାହ୍ମଣବାଡ ଗାଁ ରାସ୍ତା କଡରେ ଏକ ମଣିଷ ପାପୁଲି ପଡିଥିଲା ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ପଞ୍ଚାୟତର ଏକ ଗ୍ରାମରୁ ମଣିଷର କଟା ପାପୁଲି  ଉଦ୍ଧାର ହୋଇଛି ।ଏହା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ପାପୁଲିକୁ ଉଦ୍ଧାର କରିଛି ।

ମଣିଷ ପାପୁଲିଟି କାହାର ତାହା ସ୍ପଷ୍ଟ ହୋଇନାହିଁ, ତଦନ୍ତ ପରେ ହିଁ ସମସ୍ତ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।ପାପୁଲିକୁ କିଏ ଆଣି ଏଠାରେ ପକାଇଛି ସେନେଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *