
ନୂଆ କୃଷି ବିଲକୁ ବିରୋଧ କରୁଛି ବିଭିନ୍ନ କୃଷକ ସଙ୍ଗଠନ । ବୁଧବାର ଅନେକ ବିଦେଶୀ ସେଲିବ୍ରିଟି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଟ୍ୱିଟ୍ କରିଥିଲେ ଯାହା ପରେ ବୈଦେଶିକ ମନ୍ତ୍ରାଳୟ ସେମାନଙ୍କୁ ଜବାବ ଦେବା ସହ ଅଯଥା ପ୍ରୋପାଗଣ୍ଡାରେ ନ ପଶିବା ପାଇଁ କହିଥିଲେ । ଏବେ ଭାରତୀୟ କ୍ରିକେଟର ବିରାଟ କୋହଲି, ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ ଇଣ୍ଡିଆ ଟୁଗେଦର୍ ନାମରେ ହାସଟ୍ୟାଗ୍ କ୍ୟାମ୍ପେନ୍ ଆରମ୍ଭ ହୋଇଛି ।

କୋହଲି କହିଛନ୍ତି ଯେ କୃଷକମାନେ ଦେଶର ଏକ ଅଭିନ୍ନ ଅଙ୍ଗ । ସରକାର ଓ କୃଷକଙ୍କ ମଧ୍ୟରେ ନିଶ୍ଚିତ ଭାବେ ସମାଧାନର ରାସ୍ତା ବାହାରିବ । ଏହାସହ ସମସ୍ତେ ଆଗକୁ ବଢିବେ ବୋଲି ସେ କହିଛନ୍ତି।

ରୋହିତ ଶର୍ମା କହିଛନ୍ତି ଯେ, ସମସ୍ତେ ଏକାଠି ରହିଲେ ଭାରତ ଆହୁରି ମଜବୁତ ହେବ । । ଦେଶରେ ଚାଷୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସମସ୍ତେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି ।

ରାହଣେ ଟ୍ୱିଟ୍ କରି କହିଛନ୍ତି ଯେ,ସମସ୍ତେ ଏକତାର ପରିଚୟ ଦେଇ ଦେଶର ପ୍ରସଙ୍ଗ ଦେଶରେ ହିଁ ସମାଧାନ କରିବେ ।ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ

ସେହିପରି ଶିଖର ଧାଓ୍ୱନ ମଧ୍ୟ ଇଣ୍ଡିଆଏଗେନଷ୍ଟପ୍ରୋପାଗଣ୍ଡା ଟ୍ୱିଟ୍ କରିଛନ୍ତି ।

ସେହିପରି ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଭାରତ ନିଜ ପ୍ରସଙ୍ଗକୁ ନିଜେ ସମାଦାନ କରିପାରିବ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।