କାର୍ଯ୍ୟାଳୟରେ ଦଉଡି ଲଗାଇ ଆତ୍ମହତ୍ୟା

କାର୍ଯ୍ୟାଳୟରେ ଦଉଡି ଲଗାଇ ଆତ୍ମହତ୍ୟା

କାର୍ଯ୍ୟରତ ମେଡିକାଲ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ଡମ୍ବରୁଧର ଦେହୁରୀ ଏବଂ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବରୁଧର କାର୍ଯ୍ୟରତ ଥିଲେ । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା ।ସେ ମାନସିକସ୍ତରରେ ଭୟଭୀତ ହୋଇପଡିଥିଲେ । ଆଜି ସେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ନିଜ କାର୍ଯ୍ୟାଳୟରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ଡମ୍ବୁରଧର । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave a Reply

Your email address will not be published. Required fields are marked *