ମିଆଁମାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଲା ଡ୍ରାଗନ:କହିଲା-‘ସେନା କାର୍ଯ୍ୟାନୁଷ୍ଠାନ ଠିକ୍’

ମିଆଁମାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଲା ଡ୍ରାଗନ:କହିଲା-‘ସେନା କାର୍ଯ୍ୟାନୁଷ୍ଠାନ ଠିକ୍’

ସୂଚନାଯୋଗ୍ୟ ଯେ, ମିଆଁମାରରେ ସୋମବାର ଦିନ ସେନା ଆଙ୍ଗ୍‌ ମାନ ସୁ କି, ରାଷ୍ଟ୍ରପତି ବିନ୍ ମିଂଟ୍‌ ଏବଂ ଶାସନରେ ଥିବା ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କୁ ଗିରଫ କରିଥିଲା । ଏହାପରେ ସେନା ଦେଶରେ ଏକବର୍ଷ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ତେବେ ସେନାର ଏହି କାର୍ଯ୍ୟାନୁଷ୍ଠାନ  ନେଇ ସାରାବିଶ୍ୱରେ ବିରୋଧର ସ୍ୱର ଉଠୁଛି ।

ଏପରିକି ଆମେରିକା ମିଆଁମାର ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦେଇଛି । ଯଦି ଗିରଫ ହୋଇଥିବା ନେତାମାନଙ୍କୁ ତୁରନ୍ତ ଚଢାନଯିବ, ତେବେ ପରିସ୍ଥିତ ବହୁତ ଗମ୍ଭୀର ହେବ ବୋଲି ଆମେରିକା କହିଛି । କିନ୍ତୁ ଆମେରିକାର ଏପରି କଟୁ କଟାକ୍ଷ ପରେ ବି ମିଆଁମାର ସେନା ପ୍ରମୁଖ ନିଜ ଜିଦ୍‌ପରେ ଅଟଳ ରହିଛନ୍ତି । ଏପରିକି ନିଜ ନିଷ୍ପତ୍ତିରେ କୌଣସି ପରବର୍ତ୍ତନ ମଧ୍ୟ କରିନାହାନ୍ତି । ଏସବୁ ବିବାବ ଭିତରେ ଏବେ ଚୀନ୍‌ ଏଣ୍ଟ୍ରି ମାରିଛି ।

ଆମେରିକା-ବ୍ରିଟେନ୍‌ ସମେତ ଅନେକ ଅସ୍ଥାୟୀ ସଦସ୍ୟମାନେ ମିଆଁମାରେ ଚାଲିଥିବା ରାଜନୈତିକ ସଙ୍କଟକୁ ନେଇ ଜାତିସଂଘର ସୁରକ୍ଷା ପରିଷଦରେ ନିନ୍ଦା ପ୍ରସ୍ତାବ ଆଣିଥିଲେ । କିନ୍ତୁ ଚୀନ୍‌ ଏଥିରେ ଭିଟୋ ପ୍ରୟୋଗ କରିଥିଲା । ଅନ୍ୟ ଦେଶର ଲୋକତନ୍ତ୍ରକୁ ନେଇ ସୁରକ୍ଷା ପରିଷଦରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦାବି ରଖିଥିଲା । ଯାହାଫଳରେ ଜାତିସଂଘ ସୁରକ୍ଷା ପରିଷଦରେ ଆସିଥିବା ନିନ୍ଦା ପ୍ରସ୍ତାବ କାଟ୍‌ ଖାଇଯାଇଛି ।

Leave a Reply

Your email address will not be published. Required fields are marked *