
ମାଓବାଦୀଙ୍କ ଭୟରେ ନିଜ ଜୀବନ ବଚାଂଇବାକୁ ଯାଇ ଭିଟାମାଟି ଛାଡ଼ି ଅନ୍ୟତ୍ର ରହୁଛନ୍ତି ସ୍ୱାଭିମାନ ଅଚଂଳର ଲୋକମାନେ । କିଛିଦିନ ହେବ ମାଓବାଦୀମାନେ ସକ୍ରିୟ ହୋଇଉଠିଛନ୍ତି ଯାହାଫଳରେ ତାଙ୍କ ଜୀବନକୁ ଭୟଥିବା କଥା କହିଛନ୍ତି ଚିତ୍ରକୋଣ୍ଡା ଅଚଂଳର ୮୫ ପରିବାର । ତେବେ କିଛିଦିନ ହେବ ସୁରକ୍ଷାକର୍ମୀମାନେ ଏହି ଅଚଂଳରେ ଶକ୍ତି ପ୍ରଦର୍ଶନ କରିଥିଲେ ଯାହାଫଳରେ ନକ୍ସଲ ମାନେ ପଛଘୁଚାଂ ଦେଇଥିଲେ ହେଲେ ଏବେ ପୁଣି ଥରେ ନକ୍ସଲ ମାନଙ୍କୁ ସମର୍ଥନ କରିବା ସହ ଗାଁ ଛାଡ଼ି ଯିବାକୁ ବାରଣ କରୁଛନ୍ତି ମାଓବାଦୀମାନେ।
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ଯାହାଫଳ ରେ ତାଙ୍କ ଉପରେ ମାନସିକଭାବେ ଚାପ ପଡ଼ୁଛି ଏବଂ ସେମାନେ ଭୟଭିତ ହୋଇପଡ଼ୁଛନ୍ତି । ତେଣୁ ସେମାନେ ଗାଁ ଛାଡ଼ି ଯାଇ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ଥିବା ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି । ଏହି ଗ୍ରାମର ଲୋକ ପୁଲିସକୁ ସମର୍ଥନ କରିବା ସହ ଉନ୍ନୟନ କାର୍ୟ୍ୟକୁ ତ୍ବରାନ୍ବିତ ପାଇଁ ପ୍ରଶାସନକୁ ସମର୍ଥନ କରିବାରୁ ନକ୍ସଲଙ୍କ ଟାର୍ଗେଟରେ ରହିଥିବା କୁହାଯାଉଛି । ଏମିତି ଆତଙ୍କିତ ଅବସ୍ଥାରେ ଆଉ ନ ରହିବାକୁ ନିଷ୍ପତ୍ତି ନେଇ ୭ଟି ପଞ୍ଚାୟତର ୮୫ ପରିବାର ଗ୍ରାମ ଛାଡ଼ିଛନ୍ତି I