
କଟକ ଜିଲ୍ଲା ଚୌଦ୍ୱାର ପୋଲିସ ତରଫରୁ ୨୦୦ ଲିଟର ଚୋରା ମଦ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି । ଚୌଦ୍ୱାର ପୋଲିସ ମଦ ଚାଲାଣ ହେଉଥିବା ଏକ କାରକୁ ଜବତ କରିବା ସହ ଜଣକୁ ଅଟକ ରଖିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଚୌଦ୍ୱାର ପୋଲିସ ବିଭିନ୍ନ ଗାଡି ଉପରେ ନଜର ରଖିଥିଲା । ପୋଲିସକୁ ଦେଖି ଜଣେ କାର ଚାଳକ ଗାଡିଟିକୁ ଦ୍ରୁତ ଗତିରେ ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ପୋଲିସ ଗାଡିଟିକୁ ଅଟକାଇ ଗାଡି ଭିତରେ ଥିବା ୨୦୦ ଲିଟର ମଦ ଜବତ କରିବା ସହ ଜଣକୁ କାବୁ କରିଛି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହି ଗାଡିଟି ଆଠଗଡ଼ରୁ ସାଲେପୁର ଯାଉଥିବାର ସୂଚନା ମିଳିଛି ।