ଭଞ୍ଜନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୫ ବଖରା ଘର ସମେତ ୧୦୦ ବସ୍ତା ଧାନ-

ଭଞ୍ଜନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୫ ବଖରା ଘର ସମେତ ୧୦୦ ବସ୍ତା ଧାନ-

ଭୟାଭୟ ଅଗ୍ନିକାଣ୍ଡରେ ୫ ବଖରା ଘର ସହ ୧୦୦ଟି ଧାନ ବସ୍ତା ପୋଡ଼ି ଯାଇଛି । ସୁଚନା ଅନୁସାରେ ଭଞ୍ଜନଗର ତାରାସିଙ୍ଗ ଥାନା ଅନ୍ତର୍ଗତ ନାରୀଗୋଚ୍ଛା ନିକଟ ମିଲସାହିରେ ଘଟିଛି  ଏହି ଭୟବହ ଅଗ୍ନିକାଣ୍ଡ ।ଯାହାଫଳରେ ଦୋକାନ ଘର ସମେତ ୫ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି ଏବଂ ତିନୋଟି ଖଳାରେ ଲାଗିବା ହେତୁ ପ୍ରାୟ ୧୦୦ ବସ୍ତା ଧାନ ପୋଡି ଯାଇଥିବା ବେଳେ ଗୋଟିଏ ଧାନ ଗଦା ମଧ୍ୟ ପୋଡ଼ିଯାଇଛି । ତେବେ ଏହି ଘଟଣା ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡ ଗ୍ରାମର ୨ ପରିବାର ଯଥା ଭିକାଟି ଡାକୁଆ ଏବଂ ରୁଷି ଗୌଡ଼ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *