ରାଉରକେଲାରେ ପିଲା ବିକ୍ରି ଅପରାଧ ସମ୍ପୃକ୍ତରେ,୫ ମହିଳାଙ୍କ ସମେତ ୭ ଗିରଫ-

ସ୍ମାର୍ଟ ସିଟି ରାଉରକେଲା ସକ୍ରିୟ ପିଲା ବିକ୍ରି ଗ୍ୟାଙ୍ଗ । ଏକ ବଡ ସଫଳତା କ୍ରମେ ରାଉରକେଲା ପ୍ଲାଣ୍ଟ ସଇଟ ପୋଲିସ ୭ ଜନଙ୍କୁ ଗିରଫ କରିଛି ।

ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା-

ଉତ୍ତର ବଙ୍ଗୋପସାଗର ତଥା ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି

ରାହୁଲ ଗାନ୍ଧୀ କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ ଜଣାଇ ଟ୍ରାକ୍ଟର ଚଲାଇ ସଂସଦ ଆସିଲେ-

ଆଜି ଏକ ଭିନ୍ନ ଢଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଟ୍ରାକ୍ଟର ଚଲାଇ ସଂସଦରେ ପହଞ୍ଚି କେନ୍ଦ୍ର ସରକାର ଲାଗୁ କରିଥିବା ତିନି କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ମୋଦି ସରକାରଙ୍କୁ ହଟାଇବା ବିରୋଧରେ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ-

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସ ଅନେକ ବରିଷ୍ଠ ନେତାଙ୍କ ସହିତ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି।

କାର ଓ ଟ୍ରକ ମୁହାଁମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଆହତ

ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ କାୟାକୁଦା ନିକଟରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ରାଇରଖୋଲ କାୟାକୁଦା ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା।

ଦିର୍ଘ ଦେଢବର୍ଷ ସ୍କୁଲ୍ ବନ୍ଦ ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣି ଖୋଲିବ-

ରଜ୍ୟରେ ଦିର୍ଘ ଦେଢବର୍ଷ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣି ଖୋଲିବ । ଏଥିପାଇଁ ସ୍କୁଲ ଗୁଡିକୁ ବିଶୋଧନ କରାଯାଇଛି ।

ଆଜି ହେଉଛି ଭାରତୀୟ ସେନାଙ୍କ ୨୨ତମ କାରଗିଲ ବିଜୟ ଦିବସ-

ଆଜିର ଦିନ(୧୯୯୯ ଜୁଲାଇ ୨୬)ରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲେ । କାରଗିଲ ଯୁଦ୍ଧରେ ସହିତ ହୋଇଥିବା ଯବାନଙ୍କ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ ହୋଇ ଆସୁଛି ।

କରୋନା କଟକଣା କାରଣରୁ କାଉଡିଆ ମାନଙ୍କ ବୋଲବମ ଯାତ୍ରାକୁ ଲାଗିଲା କଟକଣା-

ରାଜ୍ୟରେ ସରକାର ଲାଗୁ କରିଥିବା କରୋନା କଟକଣା କାରଣରୁ ଶ୍ରାବଣ ସୋମବାରରେ ଶୈବପୀଠ ଗୁଡିକରେ କାଉଡିଆ ମାନଙ୍କର ଭିଡ ନାହିଁ ।

ଗ୍ୟାଙ୍ଗଷ୍ଟର ହାଇଦରର ପୋଷ୍ଟମର୍ଟମ ଆଜି , କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି: ଗଣ୍ଡଗୋଳକୁ ଆଶଙ୍କା-

ଆଜି ହାଇଦରର ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟ ଡାକ୍ତରଖାନାରେ ପୁରା କଡା ସୁରକ୍ଷା ମଧ୍ୟରେ ହାଇଦରର ଶବ ବ୍ୟବଚ୍ଛେଦ କରାଯିବ ଏହା ପରେ ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ୍ ଏନକାଉଣ୍ଟରେ ମୃତ-

ହାଇଦର କୁ କଟକ ଚୌଦ୍ୱାର ଜେଲରୁ ବାଲେଶ୍ୱର ଜେଲକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ପୋଲିସ୍ କବଜାରୁ ଖସି ଯିବାକୁ ଚେଷ୍ଟା କରୁଥିଲା ଗ୍ୟାଙ୍ଗଷ୍ଟାର ଏହା ପରେ ବାରମ୍ବାର ୱାଣ୍ଣିଂ ପରେ ମଧ୍ୟ ହାଇଦର ପୋଲିସ୍ ଠାରୁ ବନ୍ଧୁକ ଛଡାଇ ନେଇ ପୋଲିସ୍ ଉପରକୁ ଗୁଳି ଚାଳନା କରିବାକୁ ଚେଷ୍ଟା କରିବା ସମୟରେ ହାଇଦରକୁ ଏନକାଉଣ୍ଟର କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

1 75 76 77 78 79 189