ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ପୋଲିସ ଗୁଳିଲେ ଜଣେ ମହିଳା ମାଓନେତ୍ରୀ ନିହତ । ତେବେ ତାଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହିଁ । ତାଙ୍କ ପାଖରୁ ଜବତ ହୋଇଛି AK-47 ।
Author: Kusum Tv
ଐତିହାସିକ ଘୋଡା ସ୍ଥାନାନ୍ତରଣକୁ ନେଇ ବଢୁଛି ବିବାଦ: ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସର ଧାରଣା,
ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତରଣ ନେଇ ଆଜି ଲଗାତାର ଦ୍ୱିତୀୟ ଦିନରେ କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭାରମ୍ଭ କରିବେ କ୍ୟାସ କୋର୍ସ: କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଉପହାର-
କରୋନା ସହିତ ଲଢ଼େଇ ଜାରି ରଖିଥିବା ସମ୍ମୁଖ ଯୋଦ୍ଧାଙ୍କ ଲାଗି ସ୍ୱତନ୍ତ୍ର ଭାବେ ଏକ କ୍ୟାସ କୋର୍ସ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହାର ଶୁଭାରମ୍ଭ କରିବେ ।
କଣ୍ଠଶିଳ୍ପୀ ତପୁମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: ଆର୍ଥିକ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ-
ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ସଂକ୍ରମିତ ହେବା ପରେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଫୁସଫୁସଜନିତ ସମସ୍ୟା ପାଇଁ ଚିକିତ୍ସା ଲାଗି ଅନେକ ଟଙ୍କା ଖର୍ଚ୍ଚ ହେଉଥିବାରୁ ପରିବାର ତରଫରୁ ଆର୍ଥିକ ସହାୟତାର ଲୋଡାଯାଇଛି ।
ବନବିଭାଗ ଅଭୟାରଣ୍ୟରେ ଜଶେ ଶିକାରକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି –
କରୋନା ସଂକ୍ରମଣ ଭିତରେ ବଢିବାରେ ଲାଗିଛି ଶିକାର ଯାହାଫଳରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାରି ଭିତରେ କପିଳାସ ଅଭୟାରଣ୍ୟରେ ଜଶେ ଶିକାରକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି ବନବିଭାଗ ।
ବମ୍ବେ ହାଇକୋର୍ଟ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ବର୍ଷିଲେ,କରିଥିବା କରୋନା ଔଷଧର ବଣ୍ଟନ ଯାଞ୍ଚ ହେବ –
କରୋନା ସମୟରେ ଗରିବଙ୍କୁ ସହାୟତା ପାଇଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭଗବାନ ଭଳି ପୂଜା କରାଯାଉଛି । କେବଳ ଲୋକ ନୁହଁନ୍ତି ସେଲିବ୍ରେଟମାନେ ତାଙ୍କୁ ଭଗବାନଙ୍କ ଦୂତ ବୋଲି ମଧ୍ୟ କହିଛନ୍ତି।
କଟକ ମଙ୍ଗୁଳି ଛକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଜଣଙ୍କର ମୃତ୍ୟୁ-
କଟକ ମଙ୍ଗୁଳି ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛରୁ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି ।
ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଚୂଡାନ୍ତ 15 ଜଣିଆ ଦଳ ଘୋଷଣା-
ଜୁନ 18 ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସାଉଥମ୍ପଟନର ରୋଜ ବୋଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତ ମଙ୍ଗଳବାର ଦିନ 15 ଜଣିଆ ଦଳ ଘୋଷଣା କରିଛି।
ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନରେ ଆଂଶିକ କୋହଳ, ପୂର୍ବ ଭଳି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ।
ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
ମାଓ ଶିବିରରେ କରୋନା ଭୟ, ୧୯ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମ ସମର୍ପଣ କଲେ-
ସାରା ଦେଶ ଭଳି ମାଓ ଶିବିରରେ ବି କରୋନା ସଂକ୍ରମଣ ବ୍ୟାପିଛି । ମାସକ ମଧ୍ୟରେ ବିଜାପୁର ଓ କୋତ୍ତାଗୁଡେମ ଜିଲ୍ଲାରେ ୧୦ରୁ ଅଧିକ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।