ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି, ମନ୍ତ୍ରୀ ପରିଷଦ ବୈଠକ ସଂଧ୍ୟାରେ ଡକାଇଲେ –

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି ହୋଇଛି । ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା ୫ଟା ୩୦ ମିନିଟରରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜଣାପଡିଛି ।

ଜୁନ 1ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ –

ରାଜ୍ୟରେ ଆସନ୍ତା ଜୁନ 1ରୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗ୍ରୀଷ୍ମ ଛୁଟି ସମାପ୍ତ ହେବା କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛନ୍ତ।

‘ୟାସ୍’ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବାକୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧିକାରୀ ମାନଙ୍କୁ ନିର୍ଦେଶ

ଘୂର୍ଣ୍ଣିବଳୟ ‘ୟାସ୍’ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡାକୁ କ୍ଷତି ପହଞ୍ଚାଇବାର ଗୋଟିଏ ଦିନ ପରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ସମ୍ପୃକ୍ତ ଅଧିକାରୀଙ୍କ କ୍ଷୟକ୍ଷତି ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମାଗିଛନ୍ତି।

ଫୁଲୁଛି ବୈତରଣୀ ନଦୀ, ୪୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ

ତିନିଦିନ ହେଲାଣି ଲଗାତାର ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ଝାରପଡ଼ା ଜେଲରେ ପୁଣି ୧୨୭ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ-

କରୋନା ଭାଇରସ୍ ଏବେ ଜେଲ୍‌ରେ ନିଜର ତାଣ୍ଡବ ରଚିବାରେ ଲାଗିଛି । ଯାହାଫଳରେ ଜେଲ୍ ର ସ୍ଥିତି ଏବେ ଅଣାୟତ ହେବାରେ ଲାଗିଛି । ଯେତିକି ଟେଷ୍ଟି ବଢୁଛି ସେତିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ-

ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।ଜମି ବାଡ଼ିକୁ କେନ୍ଦ୍ର କରି ରବିବାର ରାତିରେ ତପନ ମଦ୍ୟପାନ କରି ଆସି ଡଙ୍ଗାପାଳ ଗାଁରେ ବାପା ସନାତନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ଏକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଥିଲେ ।

୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ-

ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ସେହି ସ୍ଥାନରେ ପୋଲିସ୍ ପହଂଚି ଅଧିକ ତନାଘନା ଚଳାଇଛି ।

ଗତକାଲି ବିଳମ୍ବିତ ରାତିରେ ମା ସମଲେଶ୍ବରୀଙ୍କ ଦୀପ ଘରେ ନିଆଁ ଲାଗି ଜଳିଗଲା ମାନସିକ ଦୀପ-

ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର ଜଳି ଯାଇଥିଲା। ତେବେ ସର୍ଟସର୍କିଟିଂ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

୮୦୦ ଓଡ୍ରାଫ କର୍ମଚାରୀ ବାତ୍ୟା “ୟାସ୍‌”ର ମୁକାବିଲାରେ ସାମିଲ ହେବେ , ଟ୍ୱିଟ କରି ସୁଚନା ଦେଲେ ଓଡିଶା ପୋଲିସ-

ବଙ୍ଗୋପସାଗରରେ ଆଜି ସକାଳ ୫ଟା ୩୦ରେ ବାତ୍ୟା ରୂପ ନେଇଛି ୟାସ୍ । ଏବେଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବ । ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ୟାସ ।

1 66 67 68 69 70 112